ଗୁଳିମାଡ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀ

ଗୁଳିମାଡ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀ

ଗୁଳିମାଡ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଛି । ବ୍ରଜରାଜ ନଗର ଗାନ୍ଧିଛକ ନିକଟରେ ମନ୍ତ୍ରୀଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଗୁଳିଟି ନବଦାସଙ୍କ ଦେହରେ ବାଜିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଗାନ୍ଧିଛକ ନିକଟରେ ଦୁର୍ବୃତ୍ତମାନେ ଛକି ରହିଥିଲେ ଏବଂ ହଠାତ୍‌ ଗୁଳିର ଶଦ୍ଦ ହୋଇଥିଲା । ଗୁଳିଟି ନବଦାସଙ୍କ ଛାତି ତଳେ ବାଜିଥିବା ସୂଚନା ମିଳିଛି ।  ତାଙ୍କୁ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି । 

ସୂଚନା ଅନୁସାରେ ବିଜେଡି ଉଦଘାଟନୀ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ ନବ ଦାସ । ସେଠାରେ ପୋଲିସ୍‌ ଫୋର୍ସ ଉପସ୍ଥିତ ରହିଥିଲେ । ପୋଲିସର ଉପସ୍ଥିତି ସତ୍ତେ୍ୱ ନବଦାସଙ୍କୁ ଗୁଳିମାଡ ହୋଇଥିଲା । ରକ୍ତ ଜୁଡୁବୁଡୁ ହୋଇ ପଡି ଯାଇଥିଲେ ନବ ଦାସ । ତତ୍‌କ୍ଷଣାତ୍‌ ନବ ଦାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି  କରାଯାଇ ଚିକିତ୍ସା କରାଯାଉଛି । ତେବେ ଗୁଳିମାଡ ପଛରେ କାରଣ କ’ଣ ଥାଇପରେ? ବ୍ୟକ୍ତିଗତ କାରଣ ନା ରାଜନୈତିକ ଶତ୍ରୁତା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏଠାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।