ଗରିବୀ ସଂଖ୍ୟା କମିଛି:ମନ୍ତ୍ରୀ

ଗରିବୀ ସଂଖ୍ୟା କମିଛି:ମନ୍ତ୍ରୀ

ଗରିବୀ ସଂଖ୍ୟା କମିଛି:ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଗରିବୀ କମିଛି । ରାଜ୍ୟରେ ଗରିବ ଚିହ୍ନଟ ନେଇ ଷୋଡ଼ଶ ବିଧାନସଭାର ତୃତୀୟ ଦିନରେ ଅନୁଷ୍ଠିତ ପ୍ରଶ୍ନକାଳରେ ଉତ୍ତର ରଖି ମନ୍ତ୍ରୀ ପଦ୍ମନାଭ ବେହେରା ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୦୪-୦୫ରେ ୫୭.୨୦% ଅର୍ଥାତ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ । ତେବେ ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଥିଲେ । ସେହିପରି ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଖର୍ଚ୍ଚ ୪୦୭ ଟଙ୍କା ଥିବାବେଳେ ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡ ପିଛା ଖର୍ଚ୍ଚ ୪୯୭ ଟଙ୍କା ଥିଲା । ତେବେ ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଖର୍ଚ୍ଚ ୬୯୫ ଟଙ୍କା ଥିବାବେଳେ ୨୦୧୧-୧୨ରେ ସହରାଞ୍ଚଳରେ ମୁଣ୍ଡପିଛା ଖର୍ଚ୍ଚ ୮୬୧ଟଙ୍କା ଥିଲା । ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।