ଖାରବେଳ ଭବନକୁ ଆସିବ ୧୧ ବିଭାଗ

ଖାରବେଳ ଭବନକୁ ଆସିବ ୧୧ ବିଭାଗ

ଖାରବେଳ ଭବନକୁ ଆସିବ ୧୧ ବିଭାଗ
ଭୁବନେଶ୍ୱର : ପାୱାର ହାଉସ ଛକ ନିକଟରେ ନିର୍ମାଣ ହୋଇଥିବା ଖାରବେଳ ଭବନ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉଦ୍ଘାଟନ ହେବାକୁ ଥିବା ବେଳେ ଏହା ଦ୍ୱିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟ କରିବ । ଲୋକସେବା ଭବନକୁ ଏହି ଖାରବେଳ ଭବନକୁ ୧୧ଟି ବିଭାଗ ସ୍ଥାନାନ୍ତର ହେବାକୁ ଥିବା ବେଳେ କେଉଁ କେଉଁ ବିଭାଗ ସ୍ଥାନାନ୍ତର ହେବ, ସେ ନେଇ ସାଧାରଣ ପ୍ରଶାସନ ବିଭାଗ କକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ଏହି ୯ ତାଲା କୋଠାର ୮ଟି ମହଲା କାର୍ଯ୍ୟକ୍ଷମ ହେବ । ପ୍ରଥମ ମହଲାର ପୂର୍ବ ପାଶ୍ୱର୍ରେ ରିସେନ୍ସନ ଏବଂ ପ୍ରତୀକ୍ଷା ଗୃହ, ସାମ୍ବାଦିକ ସମ୍ମିଳନୀ ପାଇଁ ସ୍ୱତନ୍ତ୍ର କୋଠରୀ, ଆଲୋଚନା କୋଠରି, ପଶ୍ଚିମ ପାଶ୍ୱର୍ରେ କ୍ୟାଣ୍ଟିନ ଓ କାଫେ ରହିବ । ଦ୍ୱିତୀୟ ମହଲାର ପୂର୍ବ ପାଶ୍ୱର୍ରେ ହସ୍ତତନ୍ତ ଓ ହସ୍ତକଳା ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ରହିବ । ତୃତୀୟ ମହଲାରେ ନଗର ଉନ୍ନୟନ ବିଭାଗ, ଚତୁର୍ଥ ମହଲାରେ ଜଙ୍ଗଲ ଓ ପରିବେଶ ବିଭାଗ, ପଞ୍ଚମ ମହଲାରେ ପୂର୍ବ ପାଶ୍ୱର୍ରେ ଶ୍ରମ ଓ ଇଏସଆଇ ବିଭାଗ, ପଶ୍ଚିମ ପାଶ୍ୱର୍ରେ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ, ସପ୍ତମ ମହଲାରେ ପୂର୍ବ ପାଶ୍ୱର୍ରେ ଶିଳ୍ପ ବିଭାଗ, ପଶ୍ଚିମ ପାଶ୍ୱର୍ରେ ଏମଏସଏମଇ ବିଭାଗ ରହିବ । ଅଷ୍ଟମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଲାଉଞ୍ଜ, ସମ୍ମିଳନୀ କକ୍ଷ, ଅଫିସର୍ସ ଲାଉଞ୍ଜ, ଫ୍ୟାଣ୍ଟି୍ର ରହିବ । ଏବେ ଏହି ସବୁ ବିଭାଗର ଇଣ୍ଟେରିୟର କାମ ଚାଲିଥିବା ବେଳେ ଖାରବେଳ ଭବନ ଉଦ୍ଘାଟନ ହେବାର ସପ୍ତାହକ ମଧ୍ୟରେ ଏହି ସବୁ ବିଭାଗ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି ।