କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

 

ସିଓଲ୍‌: ‌କ୍ଷେପଣାସ୍ତ୍ର ପରୀକ୍ଷା ବିଷୟରେ ଆଜି କିମ୍‌ ମଧ୍ୟ କହିଛନ୍ତି ‌ଯେ, ଯେକୌଣସି ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବା ପାଇଁ ତାଙ୍କ ଦେଶ ପଣ କରିଛି।ଉତ୍ତର କୋରିଆର ନେତା କିମ୍ ଜଙ୍ଗ ଉନ ମଧ୍ୟ ଉକ୍ତ କ୍ଷେପଣାସ୍ତ୍ର ପରୀକ୍ଷା ଦେଖିବାକୁ ହାଜର ହୋଇଥିଲେ ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।‘କେସିଏନ୍‌ଏ’ ରିପୋର୍ଟ ଅନୁସାରେ, ବ୍ୟକ୍ତିଗତ ଜୀବନକୁ ଗୁପ୍ତ ରଖୁଥିବା କିମ୍‌ ପ୍ରଥମ ଥର ପାଇଁ ଶୁକ୍ରବାର ଦିନ ତାଙ୍କ ଝିଅର ହାତ ଧରି ସର୍ବସାଧାରଣରେ ଦେଖା ଦେଇଥିଲେ ।

ରାଷ୍ଟ୍ରାୟତ ଗଣମାଧ୍ୟମ ସେୟାର୍‌ କରିଥିବା ଫଟୋରେ ଦେଖାଯାଉଛି, ସାମରିକ ଉପକରଣ ଦେଖିବା ବେଳେ ଧଳା ରଙ୍ଗର ପଫର୍‌ ଜ୍ୟାକେଟ୍‌ ପିନ୍ଧି ଝିଅ କିମ୍‌ଙ୍କ ପାଖରେ ଠିଆ ହୋଇଛି ଓ କିମ୍‌ ତା’ର ହାତ ଧରିଛନ୍ତି।କିନ୍ତୁ, କ୍ଷେପଣାସ୍ତ୍ର ପରୀକ୍ଷଣ ଦେଖିବାକୁ ଆସିଥିବା ସେ ଝିଅର ନାଁ ରାଷ୍ଟ୍ରାୟତ ଗଣମାଧ୍ୟମ ଉଲ୍ଲେଖ କରିନାହିଁ। ଉଲ୍ଲେଖଯୋଗ୍ୟ, କିମ୍‌ ଜୋଙ୍ଗ୍‌ ଉନ୍‌ ହେଉଛନ୍ତି ଅତ୍ୟନ୍ତ ରହସ୍ୟମୟ ବ୍ୟକ୍ତି। ୨୦୧୩ରେ ପୂର୍ବତନ ବାସ୍କେଟ୍‌ବଲ୍‌ ଖେଳାଳି ଡେନିସ୍ ରଡ୍‌ମ୍ୟାନ୍‌ ବ୍ରିଟିସ୍‌ ଦୈନିକ ‘ଦି ଗାର୍ଡିଆନ୍‌’କୁ କହିଥିଲେ ଯେ, ‘ଜୁ ଆଏ’ ବୋଲି କିମ୍‌ଙ୍କର ପିଲାଟିଏ ଅଛି। ସେ (ରଡ୍‌ମ୍ୟାନ୍‌) କିମ୍‌ଙ୍କ ପରିବାର ସହିତ କିଛି ସମୟ ଅତିବାହିତ କରିଥିଲେ। କିମ୍‌ଙ୍କ ପତ୍ନୀ ରି ସୋଲ୍‌ ଜୁ’ଙ୍କ ସହିତ ମଧ୍ୟ ସେ ଆଳାପ କରିଥିଲେ। କିମ୍‌ ଜଣେ ଆଦର୍ଶ ପିତା।‘ଦି ଗାର୍ଡିଆନ୍‌’କୁ ରଡ୍‌ମ୍ୟାନ୍‌ କହିଥିଲେ, ମୁଁ ସେମାନଙ୍କ ସନ୍ତତି ଜୁ ଆଏକୁ କାଖେଇ ଥିଲି ଓ ଶ୍ରୀମତୀ ରି’ଙ୍କ ସହିତ କଥାବାର୍ତ୍ତା ବି କରିଥିଲି।