କ୍ଷୀର ଢ଼ାଳି ପ୍ରତିବାଦ କଲେ ଦୁଗ୍ଧ ଚାଷୀ

କ୍ଷୀର ଢ଼ାଳି ପ୍ରତିବାଦ କଲେ ଦୁଗ୍ଧ ଚାଷୀ

କ୍ଷୀର ଢ଼ାଳି ପ୍ରତିବାଦ କଲେ ଦୁଗ୍ଧ ଚାଷୀ
ବାଲିପାଟଣା: ତାଲାବନ୍ଦ ଯୋଗୁଁ ଦୁଗ୍ଧ ଚାଷୀ ଏବେ ସଙ୍କଟରେ ପଡିଛନ୍ତି । କ୍ଷୀର ବିକ୍ରି ହେଉନଥିବାରୁ ଗାଈ, ମଇଁଷିଙ୍କୁ ଖାଦ୍ୟ ଯୋଗାଇପାରୁନାହାନ୍ତି । ଏହାର ପ୍ରତିବାଦରେ ବାଲିପାଟଣା ବ୍ଲକ ମାର୍ଥାପୁର ଏବଂ ଦେଉଳିଧରପୁର ପଞ୍ଚାୟତର ୨୦/୨୫ ଚାଷୀ ୫ ଶହ ଲିଟର କ୍ଷୀର ତଳେ ଢ଼ାଳି ପ୍ରତିବାଦ କରିଥିଲେ । ବାଲିପାଟଣା ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହ ଶହ କୁଇଣ୍ଟାଲ ଛେନା, ପନିର ବିକ୍ରି ପାଇଁ ଭୁବନେଶ୍ୱର ଯାଇଥାଏ । ବର୍ତ୍ତମାନ ତାଲାବନ୍ଦ ପ୍ରଭାବରେ ଦୋପାନ ବଜାର ହୋଇଯାଇଛନ୍ତି । ଫଳରେ କ୍ଷୀର ବିକ୍ରି ପାଇଁ ସମସ୍ୟା ଉପୁଜୁଛି । ଗାଁ ଗଣ୍ଡାରେ କ୍ଷୀର ବିକ୍ରି କରି ଚାଷୀ ଉପଯୁକ୍ତ ମୂଲ୍ୟ ପାଉନଥିବା ବେଳେ ବ୍ରହ୍ମାନନ୍ଦ ଖୋଦେଇ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସଭାପତି ଦିଲ୍ଲୀପ ହାଲି, ସମ୍ପାଦକ ବେଣୁଧର ବେହେରା, କୋଷାଧ୍ୟକ୍ଷ ଦାଶରଥୀ ବେହେରା, ଅନନ୍ତ ବେହେରା ପ୍ରମୁଖ ସଂଘ ତରଫରୁ ଚାଷୀଙ୍କୁ ଚୋକଡ଼, ଦାନା ବଣ୍ଟନ କରିଥିଲେ । ଚାଷୀ ଏବଂ ବ୍ୟବସାୟୀଙ୍କ ନିମନ୍ତେ ବିନା ସୁଧରେ ଋଣ ଯୋଗାଇବା, ଦାନା କୁଇଣ୍ଟାଲ ପିଛା ୧୮୦୦ ଟଙ୍କା ମୂଲ୍ୟ ସ୍ଥିା କରିବା ଓ ଗୋଶାଳା ଯୋଗାଇ ଦେବା ପାଇଁ ସଂଘ ତରଫରୁ ଦାବି ଦେଇଛି ।