କୋଭିଡ ନିୟମ ଭାଙ୍ଗି ୧୦ ଘଣ୍ଟାରେ ୧୭୯୦ ଲୋକଙ୍କୁ ଜରିମାନା ।

କୋଭିଡ ନିୟମ ଭାଙ୍ଗି ୧୦ ଘଣ୍ଟାରେ ୧୭୯୦ ଲୋକଙ୍କୁ ଜରିମାନା ।

କୋଭିଡ ନିୟମ ଭାଙ୍ଗି ୧୦ ଘଣ୍ଟାରେ ୧୭୯୦ ଲୋକଙ୍କୁ ଜରିମାନା ।
ବାରେ ରେକର୍ଡ, ଭୁବନେଶ୍ୱର: କରୋନା ଯେତିକି କାୟା ବିସ୍ତାର କରୁଛି ଲୋକଙ୍କ ଆଚରଣ ସେତିକି ବିଶୃଙ୍ଖଳିତ ହେବାରେ ଲାଗିଛି । ଲଢ଼େଇ ଜିତିବା ପାଇଁ ଯେଉଁଠି ଲୋକଙ୍କର ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି, ସେଠାରେ ଜନସାଧାରଣ ବିପଦକୁ ଆମନ୍ତ୍ରଣ କରୁଥିବା ଦେଖାଯାଇଛି । ଆଜି ଏଭଳି ଏକ ପ୍ରମାଣ ମିଳିଛି, ଯାହା କେବଳ କମିସନରେଟ ପୁଲିସ ପାଇଁ ନୁହେଁ, ବରଂ ଖୋଦ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ୧୦ ଘଣ୍ଟା ମଧ୍ୟରେ କୋଭିଡ କଟକଣା ଉଲ୍ଲଘଂନକାରୀ ଧରା ପଡ଼ିବାରେ ରେକର୍ଡ ହୋଇଛି । ଟ୍ୱିନସିଟିରୁ ମାସ୍କ ଓ ସାମାଜିକ ଦୂରତା ମାନି ନଥିବା ୧୭୯୦ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଜୁନ ଶେଷ ଆଡକୁ କୋଡିଭ ସଂକ୍ରମଣ ଶୀର୍ଷ ଛୁଇଁବାକୁ ଯାଉଛି । ସତର୍କ ରହିବା ପାଇଁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କିନ୍ତୁ ଏତେ ମାତ୍ରାରେ ଉଲ୍ଲଘଂନକାରୀ ଧରାପଡ଼ିବା ଆଗରୁ ଘୋର ବିପଦକୁ ଆମନ୍ତ୍ରଣ କରିବା ପ୍ରମାଣିତ କରୁଛି । ଏହି ସବୁ ଉଲ୍ଲଂଘନକାରୀଙ୍କୁ ଛକ ଜାଗାମାନଙ୍କରେ ଧରାଯାଉଛି । ମାତ୍ର ଅନ୍ୟ ସମସ୍ତ ସ୍ଥାନକୁ ହିସାବକୁ ନେଲେ ଉଲ୍ଲଘଂନକାରୀଙ୍କ ସଂଖ୍ୟା ୪ ଗୁଣରୁ ବେଶି ହେବ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିକୁ ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି । ଏତେ ପରିମାଣରେ ଉଲ୍ଲଂଘନକାରୀଙ୍କୁ ଧରି କମିସନରେଟ ପୁଲିସ ଆଦୌ ଖୁସି ନୁହେଁ । ଆମେ କାହିଁକି ଆମେ ନାଗରିକମାନଙ୍କୁ ଏତେ ପରିମାଣରେ ଧରିବୁ? ସେମାନଙ୍କଠାରୁ ଜରିମାନା ଆଦାୟ କରିବୁ । ସେମାନେ କାହିଁକି ସ୍ୱତଃ ପ୍ରବୃତ୍ତ ଭାବେ ସଚେତନ ହେବେ ନାହିଁ? ଆଶା କରୁଛୁ, ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବ, ଉଲ୍ଲଂଘନକାରୀଙ୍କ ସଂଖ୍ୟା କମିବ । କୋଭିଡ ମୁକାବିଲା ସଫଳ କରିବାକୁ ଜନସାଧାରଣ ସଚେତନ ହୋଇ ସହଯୋଗ କରିବେ ବୋଲି ସେ କହିଛନ୍ତି ।