କୋଭିଡ କଟକଣାରେ ଜାଗର
କୋଭିଡ କଟକଣାରେ ଜାଗର
ଭୁବନେଶ୍ୱର: ଏ ବର୍ଷ ମଧ୍ୟ କୋଭିଡ କଟକଣାରେ ପାଳିତ ହେବ ମହାଶିବରାତ୍ରୀ। କୋଭିଡ୍ କଟକଣା ମଧ୍ୟରେ ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ନେଇ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ପ୍ରବେଶକୁ ନେଇ ପୁଣିଥରେ ଏନେଇ ଆଲୋଚନା ହେବ । ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରି ପାର୍ବଣ, ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ । ଲିଙ୍ଗରାଜ ମନ୍ଦିରରେ ଜାଗର ମହାଦୀପ ରାତି ୧୦ଟାରେ ଉଠିବ । ଅନ୍ୟପଟେ ନିଯୋଗମାନଙ୍କ ଦାବି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦାବି ସମ୍ପର୍କରେ ଆଲୋଚନା କରି ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି।




admin 