କୋଟିପତି ଅତିରିକ୍ତ ଏସପି ଗିରଫ ହେଲେ

କୋଟିପତି ଅତିରିକ୍ତ ଏସପି ଗିରଫ ହେଲେ

କୋଟିପତି ଅତିରିକ୍ତ ଏସପି ଗିରଫ ହେଲେ

କଟକ : ପୁଲିସ୍ କମ୍ୟୁନିକେସନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି।
ଗତକାଲି ଏଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର ଜବତ କରାଯାଇଛି। ଏହା ସହିତ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର କାର୍ର ଏବଂ ୫.୩ ଲକ୍ଷର ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ଜବତ କରାଯାଇଛି।
ଚଣ୍ଡିଖୋଲରେ ତାଙ୍କର ଏକ ହସ୍ପିଟାଲ୍ ଥିବା ବେଳେ ଟ୍ରାନ୍ସପୋର୍ଟ ଓ ଔଷଧ ବେପାର ମଧ୍ୟ ଚଲାଇଥିଲେ। ହସ୍ପିଟାଲ ବ୍ୟବସାୟ ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ରହିଛି। କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ ରହିଛି। ଭୁବନେଶ୍ୱରର ରସୁଲଗଡ଼ ମନୋରମା ଇଷ୍ଟେଟରେ ତାଙ୍କର ଏକ ଫ୍ଲାଟ ଥିବା ବେଳେ ବଡ଼ଚଣାରେ ଏକ ଶାନ୍ତିଲତା ଫାର୍ମ ହାଉସ୍ ରହିଛି।