କୋଟିପତିଙ୍କୁ ବିବାହ କରିବା ପାଇଁ ତାଲିମ !

କୋଟିପତିଙ୍କୁ ବିବାହ କରିବା ପାଇଁ ତାଲିମ !

କୋଟିପତିଙ୍କୁ ବିବାହ କରିବା ପାଇଁ ତାଲିମ !
କୋଟିପତି ବା ଲକ୍ଷପତିଙ୍କୁ ବିବାହ କରିବାକୁ ଚାହୁଁ୍ଥିବା ଯୁବତୀଙ୍କୁ ସ୍ୱତନ୍ତ୍ର ତାଲିମ ଦେବା ପାଇଁ ବେଜିଂରେ ‘ବେଜିଂ ମୋରାଲ ଏଜୁକେସନ ସେଣ୍ଟର ଫର ଓଇମେନ’ ନାମକ ଅଭିନବ ସଂସ୍ଥା ଚାଲିଛି । ବଡ଼ ବଡ଼ ଶିଳ୍ପପତି, ଧନିକ ଏବଂ ଅନ୍ୟ ପ୍ରତିଷ୍ଠିତ ପୁରୁଷଙ୍କୁ ପ୍ରଲୁବ୍ଧ କରି ବିବାହ କରିବାକୁ ଚାହୁଁଥିବା ତରୁଣୀମାନଙ୍କୁ ସେଠାରେ ତାଲିମ ଦିଆଯାଉଛି । ୩୦ ଘଣ୍ଟିଆ ତାଲିମ ପାଠ୍ୟକ୍ରମ ପାଇଁ ଭାରତୀୟ ମୁଦ୍ରାରେ ଖର୍ଚ୍ଚ ହେଉଛି ପ୍ରାୟ ଦୁଇ ଲକ୍ଷ ଟଙ୍କା । ତରୁଣୀମାନେ କେମିତିକା ପୋଷାକ ପିନ୍ଧିବେ, କେମିତି କଥା କହିବେ, କେମିତି ଚାଲିବେ ଆଦି ବିଷୟରେ ତାଲିମ ଦିଆଯାଉଛି । ମିଥ୍ୟାବାଦୀ ପୁରୁଷକୁ କିପରି ଚିହ୍ନିବେ, ତାହା ମଧ୍ୟ ଶିକ୍ଷା ଦିଆଯାଉଛି । ଏହି ସଂସ୍ଥା ଆରମ୍ଭ କରିଥିଲେ ସାଓ ଟଙ୍ଗ । ସେ ନିଜେ ତାଲିମ ନେଉଛନ୍ତି । ପୁରୁଷର ବ୍ୟକ୍ତିତ୍ୱକୁ ଚିହ୍ନିବା ଏବଂ ପ୍ରଭାବିତ କରିବା ବିଦ୍ୟାରେ ସେ ନିପୁଣ । ଆଉ ନିଜର କଳାଟିକୁ ଅଧିକରୁ ଅଧିକ ମଧ୍ୟବିତ ଶ୍ରେଣୀର ଯୁବତୀଙ୍କୁ ଶିଖାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ । ଅବିବାହିତ ଧନିକ ମାନେ ମନଲାଖି ବାନ୍ଧବୀ ଏବଂ ପତ୍ନୀ ପାଇବା ପାଇଁ ତାଙ୍କ ସହ ଯୋଗାଯୋଗ କରୁଛନ୍ତି ।