କୋର୍ଟ ପରିସରରେ ଓକିଲଙ୍କୁ ଗୁଳି
କୋର୍ଟ ପରିସରରେ ଓକିଲଙ୍କୁ ଗୁଳି
ଉତ୍ତରପ୍ରଦେଶ: ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ବି କୋର୍ଟ ପରିସରରେ ଗୁଳିକାଣ୍ଡ ଘଟିଛି। ଉତ୍ତରପ୍ରଦେଶ କୋର୍ଟ ପରିସର ଭିତରେ ଜଣେ ଓକିଲଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ଓକିଲଙ୍କୁ ଉପରକୁ ଗୁଳି କରି ହତ୍ୟା କରିଛନ୍ତି। ଯାହାକୁ ନେଇ କିଛି ସମୟ ପାଇଁ ଉତ୍ତରପ୍ରଦେଶ କୋର୍ଟ ପରିସର ଅଶାନ୍ତ ହୋଇପଡିଥିଲା । ସୂଚନା ଅନୂସାରେ ଆଜି ଉତ୍ତରପ୍ରଦେଶର କୋର୍ଟ ପରିସର ମଧ୍ୟରେ ଏଭଳି ଉନ୍ମୋତ୍ତ କାଣ୍ଡ ଦେଖିବାକୁ ମିଳିଥିଲା ।
ହଠାତ୍ କିଛି ଦୁର୍ବୃତ୍ତ କୋର୍ଟ ପରିସରକୁ ପଶି ଆସି କାର୍ୟ୍ୟରତ ଓକିଲ ଭୁପେନ୍ଦ୍ର ସିଂହଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଭୁପେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପୂର୍ବରୁ ଗତ ୨୪ ସେପ୍ଟେମ୍ବରରେ ଦିଲ୍ଲର ରୋହିଣୀ କୋର୍ଟ ପରିସରରେ ସମାନ ଘଟଣା ଘଟିଥିଲା । ତେବେ କୋର୍ଟ ପରିସର ମଧ୍ୟରେ ବାରମ୍ବାର ଏଭଳି ଘଟଣା ଘଟିବା ଦ୍ୱାରା ସାଧାରଣ ଲୋକ ଭୟରେ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।




admin 