କେମିତି ତିଆରି ହେବ ଚିଲି ଇଡଲି: ଥରେ ଖାଇଲେ ପାଟିରୁ ଛାଡିବ ନାହିଁ

କେମିତି ତିଆରି ହେବ ଚିଲି ଇଡଲି: ଥରେ ଖାଇଲେ ପାଟିରୁ ଛାଡିବ ନାହିଁ

କେମିତି ତିଆରି ହେବ ଚିଲି ଇଡଲି: ଥରେ ଖାଇଲେ ପାଟିରୁ ଛାଡିବ ନାହିଁ
ଆବଶ୍ୟକ ସାମଗ୍ରୀ: ତେଲ ୨ ବଡ଼ ଚାମଚ, ଇଡଲି ୧୫ ରୁ ୨୦ଟି, ପିଆଜ ୨ଟି ଲମ୍ବା ଲମ୍ବା କଟା ହୋଇଥିବ, ଶିମଳା ଲଙ୍କା-୧ଟି (ମୋଟା ଖଣ୍ଡରେ କଟା ହୋଇଥିବ), ଛୋଟ ଚାମଚରେ ୨ ଚାମଚ ଲେଖାଏଁ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ବଡ଼ ଚାମଚରେ ୨ ଚାମଚ ଟମାଟୋ କେଚପ ୧ ଚାମଚ ଲେଖାଏଁ ଚିଲି ସସ୍, ସୋୟା ସସ୍ ଏବଂ କର୍ନଫ୍ଲୋର, କଞ୍ଚାଲଙ୍କା ୨ଟି ଛୋଟ ଛୋଟ କଟା ହୋଇଥିବା ଭୃସୁଙ୍ଗ ପତ୍ର-୫ଟି, ଧନିଆ ପତ୍ର କଟା-୧ ତାଟିଆ, ସ୍ୱାଦାନୁସାରେ ଲୁଣ । ଇଡ୍ଲିକୁ ଅନେକେ ସମ୍ବର ସହ ଖାଇବାକୁ ପସନ୍ଦ କରନ୍ତି । ଏହାକୁ ନେଇ ଅନ୍ୟ ଏକାଧିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରେ । ସତେଜ ଇଡ଼୍ଲି ପ୍ରସ୍ତୁତ କରିବା ପରେ ନଚେତ ବଳକା ଇଡ଼ଲିକୁ ନେଇ ମଧ୍ୟ ଚିଲି ଇଡଲି ପରି ସ୍ୱାଦିଷ୍ଟ ଖାଦ୍ୟ ପସନ୍ଦ କରାଯାଇପାରେ । ପ୍ରସ୍ତୁତ: ସର୍ବପ୍ରଥମେ ସମସ୍ତ ଇଡ୍ଲିକୁ ୪ ଖଣ୍ଡ କରି କାଟିଦେବେ । ଏହା ପରେ ୧ ବଡ଼ ଚାମଚ ତେଲ ଗରମ କରି ଇଡ୍ଲି ଖଣ୍ଡଗୁଡ଼ିକ ସୁନେଲି ରଙ୍ଗର ହେବା ପର୍ଯ୍ୟନ୍ତ ଭାଜି ବାହାର କରିଦେବେ । ପୁଣି କଡେଇରେ ୨ ଚାମଚ ତେଲ ଗରମ କରି ସେଥିରେ ପିଆଜ, କଞ୍ଚାଲଙ୍କା, ଶିମଳା ଲଙ୍କା, ଭୁର୍ସୁଙ୍ଗ ପତ୍ର ପକାଇ ଭାଜନ୍ତୁ । ଏଥିରେ ସୋୟା ସସ୍, ଚିଲି ସସ୍, ହଳଦୀ ଗୁଣ୍ଡ, ଟମାଟୋ କେଚନ, ଲୁଣ ପକାଇ କଷିବେ । ଏବେ ଇଡଲି ସେଇଫରେ ପକାଇ ଆଉ ଟିକେ କଷି ଦିଅନ୍ତୁ । ଏକ ପାତ୍ରରେ କନଫ୍ଲୋର ନେଇ ସେଥିରେ ପାଣି ମିଶେଇ ପତଳା କରି ଗୋଳାଇ ଦେବେ । ଏହାକୁ ଇଡଲି କଷାରେ ପକାଇ ଗାଢ଼ ହେବା ପର୍ଯ୍ୟନ୍ତ ଗୋଳାଇବେ । ୨ ରୁ ୩ ମିନିଟ ପରେ ଚିଲି ଇଡ୍ଲି ପ୍ରସ୍ତୁତ । ଏହା ଉପରେ କଟା ଧନିଆ ପତ୍ର ପକାଇ ଗରମ କରମ ପରଷି ଦିଅନ୍ତୁ ।