କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ମିଳିଛି । ଗଡକରୀଙ୍କ ନାଗପୁର ଅଫିସକୁ ଗତକାଲି ସକାଳୁ ୨ଥର ଫୋନ କଲ୍‌ ଆସିଛି । ପୂର୍ବାହ୍ନ ୧୧.୩୦ରୁ ୧୧.୪୦ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସ୍‌ ଲ୍ୟାଣ୍ଡଲାଇନ ନମ୍ବରରେ ଦୁଇଥର  କଲ୍‌ କରି ଜଣେ ଅଜଣା ବ୍ୟକ୍ତି ଟଙ୍କା ଦାବି କରିଛି ଏବଂ ଟଙ୍କା ନଦେଲେ ଗଡକରୀଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଛି ।

 
ସଂପୃକ୍ତ ବ୍ୟକ୍ତି ମଧ୍ୟ ଅଫିସ୍‌ ଉଡାଇ ଦେବାକୁ ଧମକ ଦେଇଛି । କଲ୍‌ କରିଥିବା ବ୍ୟକ୍ତି ଦାଉଦର ନାମ ମଧ୍ୟ ନେଇଛି । ସଡକ ପରିବହନ ମନ୍ତ୍ରୀଙ୍କ ଘର ନିକଟରେ ସୁରକ୍ଷା କଡାକଡି କରାଯାଇଛି । ନାଗପୁର ଅଫିସ୍‌ ପକ୍ଷରୁ ଏନେଇ ପୁଲିସରେ ଏତଲା ରୁଜୁ ହୋଇଛି । ପୁଲିସ୍‌ ଏବେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ଏବଂ ମନ୍ତ୍ରୀଙ୍କ ଅଫିସ୍‌ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଛି । ହତ୍ୟା ଧମକ ମିଳିବାପରେ ଗଡକରୀଙ୍କ ଅଫିସ୍‌ ନିକଟରେ ସୁରକ୍ଷା କଡାକଡି କରାଯାଇଛି ।