କେନ୍ଦ୍ରକୁ ଯିବେ କ୍ରିଷନ କୁମାର
କେନ୍ଦ୍ରକୁ ଯିବେ କ୍ରିଷନ କୁମାର
ଭୁବନେଶ୍ୱର : ରାଜ୍ୟର ଦକ୍ଷ ଆଇଏଏସ ଅଫିସର ଡା. କ୍ରିଷନ କୁମାର କେନ୍ଦ୍ରକୁ ଯିବେ । ସେ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବାବେଳେ କେନ୍ଦ୍ରୀୟ ଡେପୁଟେସନରେ ଯିବେ ବୋଲି ଜଣାପଡ଼ିଛି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୦୨ ବ୍ୟାଚ ଆଇଏଏସ ଅଫିସର କ୍ରିଷନ କୁମାର ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ପୂର୍ତ୍ତ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି । ୫ ବର୍ଷ ପାଇଁ ତାଙ୍କୁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଜଣେ ଦକ୍ଷ ଅଫିସର ଭାବେ ତାଙ୍କର ବେଶ ସୁନାମ ରହିଛି । ସେ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଓ ବିଡିଏ ଉପାଧ୍ୟକ୍ଷ ଥିଲେ, ଏହି ସମୟରେ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ଦେଶରେ ୧ ନମ୍ବର ହୋଇ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଥିଲା। ଏହା ସହ ତାଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପରିକ୍ରମା ରୂପରେଖ ବଦଳିଥିଲା, ଏପରିକି କରୋନା ସମୟରେ ବିନା ଭକ୍ତରେ ପୁରୀ ରଥଯାତ୍ରା ଆୟୋଜନ କରି ସେ ସଫଳତା ପାଇଥିଲେ ।




admin 