କେଉଁଠି ଜିଲ୍ଲା ପରିଷଦ ଗଢ଼ିବ ବିଜେଡି

କେଉଁଠି ଜିଲ୍ଲା ପରିଷଦ ଗଢ଼ିବ ବିଜେଡି

କେଉଁଠି ଜିଲ୍ଲା ପରିଷଦ ଗଢ଼ିବ ବିଜେଡି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଧମାକାଦାର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ଶେଷ ଦିନର ଭୋଟ ଗଣତି ବାକି ଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାରେ ବିଜୁ ଜନତା ଦଳ ଅଧ୍ୟକ୍ଷ ପଦ ହାତେଇବା ନିଶ୍ଚିତ ହୋଇସାରିଛି  । 

ବାଲେଶ୍ୱରରେ ୪୫ ଆସନ ଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ୨୩ଟି ଆସନ ଦରକାର  । ଯେତେବେଳେକି ବିଜେଡ଼ି ୨୨ଟି ଅକ୍ତିଆର କରିସାରିଛି  । ଆହୁରି ୧୮ ଆସନରେ ଗଣତି ଜାରି ରହିଛି  । ବରଗଡ଼ରେ ୩୪ ଆସନ ମଧ୍ୟରୁ ବିଜେଡ଼ି ୮ଟିରେ ଜିତିଥିବାବେଳେ ୧୧ଟିରେ ଆଗୁଆ ରହିଛି  । ଭଦ୍ରକର ୩୨ ଆସନ ମଧ୍ୟରୁ ବିଜେଡ଼ି ୧୬ଟି ହାତେଇ ସାରିଛି  । ବଲାଙ୍ଗୀରର ୩୪ ଆସନ ମଧ୍ୟରୁ ବିଜେଡ଼ି ଖାତାକୁ ୨୨ଟି ଯିବା ନିଶ୍ଚିତ ହୋଇସାରିଛି  । କଟକର ୪୬ ଆସନରୁ ବିଜେଡ଼ି ଖାତାକୁ ୨୮ଟି ଯିବା ନିଶ୍ଚିତ ହୋଇଛି  । ଦେବଗଡ଼ର ୭ ଆସନରୁ ବିଜେଡ଼ି ୬ ଆସନ ହାତେଇଥିବାବେଳେ ଢେ଼ଙ୍କାନାଳରେ ୨୭ ଆସନରୁ ବିଜେଡ଼ି ଖାତାକୁ ଯାଇଛି ୧୪  । ଗଜପତିର ୧୪ ଆସନରୁ ବିଜେଡ଼ି ୧୦, ଗଞ୍ଜାମର ୬୯ ଆସନରୁ ବିଜେଡ଼ି ୪୪, ଜଗତସିଂହପୁରର ୨୬ ଆସନରୁ ବିଜେଡ଼ି ୧୬, ଯାଜପୁରର ୩୯ ଆସନରୁ ବିଜେଡ଼ି ୨୨, ଝାରସୁଗୁଡ଼ାର ୯ ଆସନରୁ ବିଜେଡ଼ି ୮, କଳାହାଣ୍ଡିର ୩୬ ଆସନରୁ ବିଜେଡ଼ି ୨୩, କନ୍ଧମାଳର ୧୮ ଆସନରୁ ବିଜେଡ଼ି ୧୩ ଆସନ ନେବାରେ ସମର୍ଥ ହୋଇଛି  । ତେଣୁ ଏହିସବୁ ଜିଲ୍ଲାରେ ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ନିଶ୍ଚିତ  । 

ଅପରପକ୍ଷରେ କନ୍ଧମାଳର ୧୮ ଆସନରୁ ବିଜେଡ଼ି ୧୩, କେନ୍ଦ୍ରାପଡ଼ାର ୨୨ ଆସନରୁ ବିଜେଡ଼ି ୧୯, କେନ୍ଦୁଝରର ୩୭ ଆସନରୁ ବିଜେଡ଼ି ୨୫, ଖୋର୍ଦ୍ଧାର ୩୦ ଆସନରୁ ବିଜେଡ଼ି ୧୭, କୋରାପୁଟର ୨୯ ଆସନରୁ ବିଜେଡ଼ି ୧୫, ମାଲକାନାଗିରିର ୧୫ ଆସନରୁ  ବିଜେଡ଼ି ୧୨, ମୟୂରଭଞ୍ଜରେ ୫୬ରୁ ୫୦ଟା ବିଜେଡ଼ି ଖାତାକୁ ଯିବା ନିଶ୍ଚିତ ହୋଇଯାଇଛି । ନବରଙ୍ଗପୁରରେ ୨୬ ଆସନରୁ ବିଜେଡ଼ି ୨୦, ନୟାଗଡ଼ର ୨୪ ଆସନରୁ ବିଜେଡ଼ି ୧୪, ନୂଆପଡ଼ାର ୧୪ ଆସନରୁ ବିଜେଡ଼ି ୧୦, ପୁରୀର ୩୩ ଆସନରୁ ବିଜେଡ଼ି ୨୨, ରାୟଗଡ଼ାର ୨୨ ଆସନରୁ ବିଜେଡ଼ି ୧୪, ସମ୍ବଲପୁରର ୧୮ ଆସନରୁ ବିଜେଡ଼ି ୧୬, ସୋନପୁରର ୧୩ ଆସନରୁ ବିଜେଡ଼ି ୧୦ ଓ ସୁନ୍ଦରଗଡ଼ର ୩୫ ଆସନରୁ ବିଜେଡ଼ି ୩୨ ଆସନ ନେବା ଥୟ  । ଏହିସବୁ ସ୍ଥାନରେ ବିଜେଡ଼ି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନେତା ନିଶ୍ଚିତ ହୋଇଯାଇଛି।