କୁକୁରଙ୍କ ପ୍ରତି ବିପଦ, ସଂକ୍ରମିତ କରୁଛି ଭାଇରସ୍
କୁକୁରଙ୍କ ପ୍ରତି ବିପଦ, ସଂକ୍ରମିତ କରୁଛି ଭାଇରସ୍
ଭୁବନେଶ୍ୱର: ରାଜଧାନୀରେ କୁକୁରଙ୍କ ଉପରେ ମାରାତ୍ମକ ପାର୍ଭୋ ଭାଇରସ ବିପଦ । କରୋନା ଭଳି ମାଡ଼ି ଯାଉଛି । ବିଶେଷ କରି ଛୁଆ ଗୁଡ଼ିକ ଏଥିରେ ସଂକ୍ରମିତ ହୋଇ ମରି ଯାଉଛନ୍ତି । ଆକ୍ରାନ୍ତ ହେଉଥିବା କୁକୁରଙ୍କ ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଅନେକ କ୍ଷେତ୍ରରେ ଘରୋଇ କୁକୁର ମଧ୍ୟ ମରି ଯାଉଛନ୍ତି । କୁକୁର ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରବଳ ବାନ୍ତି କରେ ।
ଖାଦ୍ୟ ପାଣି କିଛି ଛୁଏଁ ନାହିଁ । ପତଳା ଝାଡ଼ାରେ ରକ୍ତ ପଡ଼େ । ଶରୀରର ପ୍ରତିଷେଧକ କିଛି ଘଣ୍ଟା ଭିତରେ ନଷ୍ଟ ହୋଇଯାଏ । ଅନ୍ତନାଡ଼ କଣା ହୋଇଯାଏ । କୁକୁର ନିସ୍ତେଜ ହୋଇ କିଛି ସମୟ ଭିତରେ ଆଖି ବୁଜିଦିଏ । ଏହି ଭାଇରସର ସଂକ୍ରମଣ କ୍ଷମତା ଏତେ ବେଶୀ ଯେ ଆକ୍ରାନ୍ତ କୁକୁର ମଳ, ମୂତ୍ର, ଲାଲ ମାଡ଼ିଲେ ମଣିଷର ପୋଷାକ, ଚର୍ମରେ ଏହା ଲାଖିଯାଏ । ମଣିଷ ଯେଉଁ କୁକୁର ସଂସ୍ପର୍ଶରେ ଆସେ ସେ କିଛି ସମୟ ମଧ୍ୟରେ ଆକ୍ରାନ୍ତ ହୋଇଯାଏ । ପୋଷା କୁକୁର ବାହାରେ ବୁଲିଲେ ଆକ୍ରାନ୍ତ ହେବାର ଭୟ ରହିଛି । ତେଣୁ କୁକୁର ପ୍ରେମୀମାନେ ସାବଧାନ ହୁଅନ୍ତୁ ।




admin 