କାହିଁକି ନାରୀମାନେ ମଥାରେ ବିନ୍ଦି ଲଗାଇ ଥାଆନ୍ତି

କାହିଁକି ନାରୀମାନେ ମଥାରେ ବିନ୍ଦି ଲଗାଇ ଥାଆନ୍ତି

କାହିଁକି ନାରୀମାନେ ମଥାରେ ବିନ୍ଦି ଲଗାଇ ଥାଆନ୍ତି
ମହିଳାଙ୍କ ସୌନ୍ଦର୍ଯ୍ୟରେ ବିନ୍ଦି ବା ଟିକିଲି ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ । ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ବିନ୍ଦି ଦ୍ୱିଗୁଣିତ କରିଦିଏ । ବିନ୍ଦି ସୌନ୍ଦର୍ଯ୍ୟଚର୍ଯ୍ୟାର ଏକ ବଡ଼ ଅଂଶ । ବିନ୍ଦି ଲଗାଇବା ପୂର୍ବରୁ କିଛି କଥାପ୍ରତି ଧ୍ୟାନ ଦିଅନ୍ତୁ । ଗୋଲାକାର: ଯେଉଁମାନଙ୍କ ମୁହଁ ଗୋଲାକାର ସେମାନଙ୍କୁ ଗୋଲବିନ୍ଦି ମାନି ନଥାଏ । ଏହି ମହିଳାମାନେ ଗୋଲାକୃତି ବିନ୍ଦିଠୁ ଦୂରେଇ ରୁହନ୍ତୁ । ଗୋଲ ବଦଳରେ ଲମ୍ବାକୃତିର ବିନ୍ଦି ଲଗାଇବା ଉଚିତ । ହାର୍ଟସେପ: ଯେଉଁମାନଙ୍କ ମୁହଁ ପାନପତର ପରି ସେମାନଙ୍କ କପାଳ ଅଧିକ ଚଉଡ଼ା ଦିଶିଥାଏ । ଏମାନଙ୍କ ମୁହଁକୁ ବଡ଼ ବିନ୍ଦି ଆଦୌ ଶୋଭା ପାଇନଥାଏ । ଚାରିକୋଣିଆ ଛୋଟ ବିନ୍ଦିରେ ଏମାନେ ଆକର୍ଷଣୀୟ ଲାଗିଥାନ୍ତି । ଡାଇମଣ୍ଡ ସେପ: ଯେଉଁ ମହିଳାଙ୍କ ମୁହଁର ଆକାର ଡାଇମଣ୍ଡ ଆକୃତିର ସେମାନଙ୍କ କପାଳ ବହୁତ ଛୋଟ ଦିଶିଥାଏ । ଏମାନଙ୍କୁ ଯେକୌଣସି ଆକାରର ବିନ୍ଦି ଶୋଭା ପାଇଥାଏ ହେଲେ ଅଧିକ ଡିଜାଇନର ବିନ୍ଦି ଆଦୌ ଲଗାନ୍ତୁ ନାହିଁ । ଅଣ୍ଡାକୃତି: ଯେଉଁମାନଙ୍କ ମୁହଁ ଅଣ୍ଡାକୃତି ପରି ସେମାନେ ସବୁ ପ୍ରକାର ବିନ୍ଦି ବ୍ୟବହାର କରିପାରିବେ । କିନ୍ତୁ ଲମ୍ବା ବିନ୍ଦି ଲଗାଇବା ଉଚିତ ନୁହେଁ । ଚାରିକୋଣିଆ: ଯେଉଁମାନଙ୍କ ମୁହଁର ଆକୃତି ଚାରିକୋଣିଆ, ସେମାନେ ଅର୍ଦ୍ଧଚନ୍ଦ୍ରାକୃତି ଟିକିଲି ଓ ବଡ଼ ବିନ୍ଦି ବ୍ୟବହାର କରିପାରିବ ।