କାହିଁକି ଧନତେରସ କିଣନ୍ତି ସୁନା
କାହିଁକି ଧନତେରସ କିଣନ୍ତି ସୁନା
ଆଜି ଧନତେରାସ । ଦୀପାବଳି ପୂର୍ବଦିନ ପଡିଥାଏ ଧମତେରାସ । କୁହାଯାଏ ଧନତେରାସରେ ସୁନା କିମ୍ବା ରୂପା କିଣିଲେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ । ଆଗରୁ ଓଡିଶା ପରମ୍ପରାରେ ଅକ୍ଷୟ ତୃତୀୟାରେ ସୁନା କିମ୍ବା ରୂପା କିଣିଲେ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏବେ କିନ୍ତୁ ଗତ କିଛି ବର୍ଷ ହେଲା ଧନତେରାସକୁ ବି ଶୁଭଦିନ ବୋଲି ବିବେଚନା କରାଯାଉଛି । ଲୋକେ ଅଧିକ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଧନତେରାସ ଓ ଅକ୍ଷୟତୃତୀୟା ଭଳି ପର୍ବରୁ ଲୋକଙ୍କ ସୁନା ଓ ରୂପା କିଣିବା ପ୍ରତି ଆଗ୍ରହ ବଢୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନାଗହଣା ଦୋକାନ ବି ଖୋଲୁଛି । ତେବେ ଲୋକେ କାହିଁକି ସୁନା କିିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
– ସୁନା ଏକ ନିରାପଦ ନିବେଶ ବୋଲି ଲୋକଙ୍କ ଧାରଣା ରହିଛି
– ସୁନାର ମୂଲ୍ୟ କ୍ରମାଗତ ଭାବେ ବଢୁଛି
– ବିବାହ ଓ ଅନ୍ୟାନ୍ୟ ଉତ୍ସବରେ ସୁନା ଓ ସୁନା ଗହଣାର ଆବଶ୍ୟକତା ରହିଛି
– ଧନତେରାସରେ ସୁନା ଆଣିଲେ ସୁଖ-ସମୃଦ୍ଧି ବଢିବା ନେଇ ବିଶ୍ୱାସ ରହିଛି
– ପାରମ୍ପରକି ଭାବେ ଓଡିଶାବାସୀ ସୁନାଗହଣାକୁ ପସନ୍ଦ କରିଥାନ୍ତି
– ଅକ୍ଷୟତୃତୀୟା ଓ ଧନତେରାସ ଭଳି ଦିନରେ ସୁନା ଗହଣା କିଣିବା ପରମ୍ପରା ରହିଛି
– ଅନେକ ଏହାକୁ ଆଭିଜାତ୍ୟ ଓ ସମୃଦ୍ଧିର ପ୍ରତୀକ ବୋଲି ଭାବିଥାନ୍ତି
– ସୁନାଦେକାନୀଙ୍କ ଲୋଭନୀୟ ବିଜ୍ଞାପନ ଓ ଅଫର ଲୋକଙ୍କୁ ଆକର୍ଷିତ କରିଥାଏ




admin 