କାରାଗାରରେ ମୃତ୍ୟୁବରଣ କଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ

କାରାଗାରରେ ମୃତ୍ୟୁବରଣ କଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ

କାରାଗାରରେ ମୃତ୍ୟୁବରଣ କଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର : ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି କରାଯିବ  । ଟ୍ରାନ୍ସଜେଣ୍ଡରମାନଙ୍କୁ ପରିବାର ପେନସନ ମିଳିବ  । ଆଦର୍ଶ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ କରାଯିବ  । ଡ୍ରେନେଜ ପୁନରୁଦ୍ଧାର ପାଇଁ ୫ ବର୍ଷରେ ୧୪ ଶହ କୋଟି ଖର୍ଚ୍ଚ ହେବ  । କ୍ୟାବିନେଟରେ ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  । 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ କାରାଗାରରେ ବନ୍ଦୀମାନଙ୍କ ମୃତ୍ୟୁ ହେଲେ ପରବର୍ତୀ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ  । ଏଥିପାଇଁ ସରକାର ଏକ ସ୍କିମ୍‌ କରିବେ  । ଏନେଇ ଏକ ନିୟମାବଳୀ ପ୍ରଣୟନ ନିମନ୍ତେ କ୍ୟାବିନେଟରେ ନିଷ୍ପତି ନିଆଯାଇଛି  ।

 ଛୁଟି, ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷକ ଅନୁପସ୍ଥିତିକୁ ଭରଣା କରିବା ପାଇଁ ରାଜ୍ୟ ସରକାର ୬୦୨୫ଟି ପଦବୀ ସୃଷ୍ଟି କରିବେ  । ଫଳରେ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣରେ ତାହା ସହାୟକ ହୋଇପାରିବ  । କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି  । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରାଯିବ  । ଏଥିପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  । ପ୍ରତ୍ୟେକ ଛାତ୍ରବାସ ପାଇଁ ୪.୨୨ କୋଟି ଟଙ୍କାର ଅଟକଳ କରାଯାଇଛି  । ତିନି ମହଲା ବିଶିଷ୍ଟ ଏହି ଛାତ୍ରାବାସରେ ଛାତ୍ରମାନଙ୍କ ଅଧ୍ୟୟନ ପାଇଁ ଭିତିଭୂମି ବ୍ୟବସ୍ଥା ରହିବ  ।

ଭୁବନେଶ୍ୱର ସହରରେ ନିରବଚ୍ଛିନ୍ନ ଜଳଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ଓ ବିଶୋଧନାଗାରର ନିର୍ମାଣ ପାଇଁ ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା  । ଏଲସି ଇନଫ୍ରା ପ୍ରୋଜେକ୍ଟ କମ୍ପାନୀର ସର୍ବନିମ୍ନ ନିବିଦା ୨୮୬ କୋଟି ଟଙ୍କାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ୨୦୨୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୫ ମାର୍ଚ୍ଚ ୩୧ ମଧ୍ୟରେ ସମାପ୍ତ ହେବ  ।