କାଳୀପୂଜା ପାଇଁ ଅଣ୍ଟା ଭିଡିଲାଣି କଟକ ସହର
ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖରେ କଟକରେ ଅନୁଷ୍ଠିତ ହେବାକୁ ମହାକାଳୀ ପୂଜା । ୭୩ଟି ମଣ୍ଡପରେ ପୂଜା ପାଇବେ ମା କାଳୀ । ଏହାସହ ନଭେମ୍ବର ୩ ତାରିଖ ରେ ମାଆଙ୍କୁ ଦିଆଯିବ ମେଲାଣି । ଏନେଇ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ନିଷ୍ପତି ହୋଇଛି । ମହାନଗର ଶାନ୍ତି କମିଟି ପକ୍ଷରୁ ପୂଜା ଓ ଭସାଣୀ ଉତ୍ସବ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାରେ ସମ୍ପର୍ନ୍ନ ହୋଇଥିବାରୁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସହରବାସୀ ପ୍ରତ୍ୟେକ ବଜାର ଓ ସାହି ପୂଜା ମଣ୍ଡପର କର୍ମକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଦିଅଯାଇଥିଲା। ଶାନ୍ତି କମିଟିର ସମ୍ପାଦକ ଭିକାରୀ ଦାସ ରିପୋର୍ଟ ଉପସ୍ଥାପନ କରି ରାତି ୧୨ ଟା ପର୍ୟ୍ୟନ୍ତ ଡାକବାଜି ଯନ୍ତ୍ର ବାଜିବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରିଥିଲେ। ସେହିଭଳି ରାତି ୧୨ ଟା ପରେ ମେଢ଼ ଭସାଣି ପର୍ୟ୍ୟନ୍ତ ପାରମ୍ପାରିକ ବାଜା, ଓ ଘଣ୍ଟ ଧ୍ୱନୀ ମଧ୍ୟରେ ଶୋଭାଯାତ୍ରାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଦୁର୍ଗାପୂଜା ସମୟରେ କଟକ ସହରରେ ସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ରାସ୍ତାଘାଟକୁ ମରାମତି ପାଇଁ ନିବେଦନ କରାଯାଇଥିଲା। କାଳୀ ଭସାଣି ନିମନ୍ତେ ଦେବୀଗଡା ସ୍ଥିତ କାଠ ଯୋଡ଼ି ନଦୀ କୂଳରେ ୪, ୫ ଟି କୃତ୍ରିମ ପୋଖରୀ ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଛି। ଦୁର୍ଗାପୂଜା ଭସାଣୀରେ ଜାରି କରାଯାଇଥିବା କଟକଣା କାଳୀ ଭସାଣିରେ ଅବ୍ୟାହତ ରହିବ। ନଭେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ବିଭିନ୍ନ ମଣ୍ଡପରେ ରାତି ୧୨ ଟା ପର୍ୟ୍ୟନ୍ତ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ।