କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍, ଥାନାରେ ମାମଲା ରୁଜୁ
କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍, ଥାନାରେ ମାମଲା ରୁଜୁ
admin
Feb 5, 2020 - 08:06
Updated: Feb 5, 2020 - 08:06
ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଏକ କଲେଜ ଛାତ୍ରୀଙ୍କ ଦୁଇଟି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ଘଟଣାକୁ ନେଇ ବେଗୁନିଆ ଥାନାରେ ଏକ ମାମଲାର ରୁଜୁ ହୋଇଛି । ସୂଚନା ଅନୁସାରେ, ଯୁକ୍ତ ଦୁଇ ଶେଷଽର୍ଷର ଜଣେ କଲେଜ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବିତାଇଥିବା ୨ଟି ଅନ୍ତରଙ୍ଗ ଭିଡିଓ ଫେସବୁକରେ ଭାଇରାଲ ହୋଇଥିଲା । ଗୋଟିଏ ଭିଡିଓରେ କଲେଜର ପୋଷାକ ପିନ୍ଧିଥିବା ବେଳେ ଅନ୍ୟ ଭିଡିଓରେ ସେହି ପୁରୁଷ ବନ୍ଧୁଙ୍କ ସହ ସାଧା ପୋଷାକରେ ଅଛନ୍ତି । ଏହି ଘଟଣା ଜାଣିବା ପରେ ଛାତ୍ରଜଣକ ଅପରାହ୍ନରେ ଥାନାରେ ଏତଲା ଦେଇଥିଲେ । ଏତଲା ଭିତ୍ତିରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମାମଲା ରୁଜୁ ହେବା ପରେ ଫେସବୁକକୁ ରିପୋର୍ଟ କରାଯାଇ ଉକ୍ତ ଭିଡିଓ ଏବଂ ଆକାଉଣ୍ଟ ବନ୍ଦ କରାଯିବା କଥା । କିନ୍ତୁ ପୁଲିସ ତରଫରୁ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ବେଗୁନିଆ ଓ ଖୋଦ୍ଧା ଅଞ୍ଚଳରେ ଏହି ଭିଡିଓ ଭାଇରାଲ ହୋଇଥିଲା । ତେବେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୁଲିସ କୌଣସି ପଦକ୍ଷେପ ନ ନେଇ ସୋସିଆଲ ମିଡିଆକୁ ଦୋଷ ଦେଇ ଚୁପ୍ ବସିବା ଘଟଣାକୁ ନେଇ ବେଗୁନିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଞ୍ଚଳରେ ଏଭଳି ଭାଇରାଲ ଭିଡିଓ କ୍ରମାଗତ ଭାବେ ପ୍ରସାରିତ ହେଉଥିବା ବେଳେ ପୁଲିସର ନିରବତା ଓ ପ୍ରତିକ୍ରିୟାହୀନତା ନେଇ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ଘଟଣାର ତୁରନ୍ତ ପଦପେକ୍ଷପ ନେବାକୁ ଦାବି ହୋଇଛି ।