କଲରାପତରିଆ ବାଘର ମୃତଦେହ ଠାବ

କଲରାପତରିଆ ବାଘର ମୃତଦେହ ଠାବ

କଲରାପତରିଆ ବାଘର ମୃତଦେହ ଠାବ


ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ  କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି। ବାଘଟିର ମୃତ୍ୟୁ କେବେ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ତାହା ଏବେ ପଚିବାକୁ ଲାଗିଲାଣି।   ଶିକାରୀ ବାଘଟିକୁ ହତ୍ୟାକରି ନଖ କାଟି ନେଇଥିବା ସନ୍ଦେହ କରାଯାଉଛି ।

ଏନେଇ ବନ ବିଭାଗ ନିକଟରେ କିଛି ଖବର ନ ଥିବା ବେଳେ  ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ପରେ ଉଲୁଣ୍ଡାରୁ ବନ ବିଭାଗର ଅଧିକାରୀ ଜଙ୍ଗଲରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବାଘଟିକୁ ବିଦ୍ୟୁତ୍‌ ତାର ସାହାଯ୍ୟରେ ଶିକାରୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ବ୍ୟବଚ୍ଛେଦ ପରେ ବାଘଟିର ମୃତ୍ୟୁ କିପରି ହୋଇଛି ସ୍ପଷ୍ଟ ହେବ । ଏପରି ଘଟଣାକୁ ରୋକିବାକୁ ପାଟ୍ରୋଲିଂକୁ ଜୋରଦାର କରାଯାଉଥିବା ସୂଚନା ଦେଇଛନ୍ତି ଏସିଏଫ ।