କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ
କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ
ଭୁବନେଶ୍ବର: ରାଜ୍ୟରେ ବ୍ୟାଘ୍ର ସଂପଦ ପ୍ରତି ବିପଦ ଦେଖାଦେଇଛି। ଶିକାରୀମାନେ ଗୋଟିଏ ପରେ ଗୋଟିଏ ବାଘ ଶିକାର କରି ଚାଲିଛନ୍ତି। ଏହା ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଆଣିଛି। ପୁଣି ଜବତ ହୋଇଛି କଲରାପତରିଆ ବାଘ ଛାଲ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଜବତ ହୋଇଛି ଏହି ବାଘ ଛାଲ। ଏସ୍ଟିଏଫ୍ ପକ୍ଷରୁ ବାଣପୁର ଗମ୍ଭାରୀମୁଣ୍ଡା ଗାଁରେ ଚଢ଼ଉ କରାରାଇ ଛାଲ ଜବତ ହୋଇଛି। ଏହି ଘଟଣାରେ ରତ୍ନାକର ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏସ୍ଟିଏଫ୍ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି। ଗତ କିଛିଦିନ ହେଲା ରାଜ୍ୟରେ ପ୍ରାୟ ୨୨ରୁ ଅଧିକ ବାଘ ଛାଲ ଜବତ କରାଯାଇଛି।




admin 