କରୋନା ସଂକ୍ରମଣର ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି

କରୋନା ସଂକ୍ରମଣର ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି

କରୋନା ସଂକ୍ରମଣର ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ: କରୋନା ସଂକ୍ରମଣର ଚିକିତ୍ସା ପାଇଁ କେନ୍ଦ୍ର ସରକାର ସୋମବାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ମୁତାବକ ଲକ୍ଷଣ ନଥିବା କିମ୍ବା ହାଲୁକା ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଆଉ କୌଣସି ପ୍ରକାର ଔଷଧ ଦେବା ଦରକାର ନାହିଁ । କିନ୍ତୁ ଅନ୍ୟ ରୋଗ ପାଇଁ ଔଷଧ ନିଆଯାଉଥିଲେ, ତାହାକୁ ଜାରି ରଖାଯିବା ଉଚିତ । ଏଭଳି ରୋଗୀମାନେ ଭିଡିଓ ଜରିଆରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହାଛଡ଼ା ଏହି ରୋଗୀମାନେ ସୁଖାଦ୍ୟ ଓ ନକାରାତ୍ମକ ମନୋଭାବ ଦ୍ୱାରା ଶୀଘ୍ର କରୋନା କବଳରୁ ମୁକ୍ତି ପାଇପାରିବେ । ମାର୍ଗ ଦର୍ଶିକାରେ ଆହୁରି କୁହାଯାଇଛି ଯେ ଲକ୍ଷଣ ନଥିବା ରୋଗୀମାନେ ଭଲ ଭାବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଭଳି ଜରୁରୀ କୋଭିଡ ନିୟମ ପାଳନ କରିବା ଦରକାର । ସ୍ୱାସ୍ଥ୍ୟ ସେବା ମହାନିଦେ୍ର୍ଧଶାଳୟ (ଡିଜିଏଚଏସ) ନୂଆ ଗାଇଡଲାଇନ ଅନୁସାରେ ଲକ୍ଷଣବିହୀନ ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ ହେଉଥିବା ସବୁ ଔଷଧକୁ ତାଲିକାରୁ ହଟାଇ ଦେଇଚି । ଏଥିରେ ଜ୍ୱର ଓ ଥଣ୍ଡାକାଶ ଔଷଧ ବି ସାମିଲ ରହିଛି । ସେତିକି ନୁହେଁ, ଲକ୍ଷଣ ନଥିବା ରୋଗୀଙ୍କର ଦ୍ୱିତୀୟ ବା ପୁନର୍ବାର ଟେଷ୍ଟ କରାଇବା ଆବଶ୍ୟକ ନାହିଁ ।