କରୋନା ଯୋଗୁଁ ୟୁ-ଟୁ୍ୟବ ଲାଇଭ କ୍ଲାସେସ କରାଯିବ : ଗଣଶିକ୍ଷା ବିଭାଗ
କରୋନା ଯୋଗୁଁ ୟୁ-ଟୁ୍ୟବ ଲାଇଭ କ୍ଲାସେସ କରାଯିବ : ଗଣଶିକ୍ଷା ବିଭାଗ
admin
Jun 10, 2021 - 07:51
Updated: Jun 10, 2021 - 07:51
ଭୁବନେଶ୍ୱର : କରୋନା ଯୋଗୁଁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ଶିକ୍ଷା ଆଦୌ ହୋଇପାରି ନାହିଁ । ଯେତେବେଳେ କି ୯ମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା । ଅନଲାଇନ ଯଥା ଟିଭି, ରେଡ଼ିଓ, ଇଣ୍ଟରନେଟ, ହ୍ୱାଟସପ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଇଥିଲେ ମଧ୍ୟ ତାହା ୫୦% ବି ସଫଳ ହୋଇ ନାହିଁ । ୨୦୨୦-୨୧ ଶିକ୍ଷାବର୍ଷରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୫ ଲକ୍ଷ ପିଲା ଅନଲାଇନରେ ଶିକ୍ଷା ଗ୍ରହଣ କରିଥିଲେ । ତାହାକୁ ନଜରରେ ରଖି ଏଥର ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ଏକ ଅଭିନବ ପନ୍ଥା ଗ୍ରହଣ କରାଯାଇଛି । ୟୁ-ଟୁ୍ୟବ ଲାଇଭ କ୍ଲାସେସ କରାଯିବ । ଜୁନ ୨୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାରୁ ଆସନ୍ତା ୧୭ ତାରିଖ ପୂର୍ବରୁ ଦୁଇଟି କ୍ଲାସରୁମ ପ୍ରସ୍ତୁତ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦ୍ର ସିଂ ପୁନିଆ ଆଜି ୧୩ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି । ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ସେଣ୍ଟର ଅଫ ଏକ୍ସଲେନ୍ସ ସ୍କୁଲ/ଟ୍ରାନ୍ସଫର୍ମେସନ ହାଇସ୍କୁଲରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଖୋର୍ଦ୍ଧା ସମେତ ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, ନୟାଗଡ଼, ଭଦ୍ରକ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ପ୍ରାରମ୍ଭିକ ଭାବେ ଏହି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।