କରୋନା ମହାମାରୀ ବେଳେ ବ୍ୟକ୍ତିଗତ ଋଣର ବଢ଼ିଛି ପ୍ରବଳ ଚାହିଦା

କରୋନା ମହାମାରୀ ବେଳେ ବ୍ୟକ୍ତିଗତ ଋଣର ବଢ଼ିଛି ପ୍ରବଳ ଚାହିଦା

କରୋନା ମହାମାରୀ ବେଳେ ବ୍ୟକ୍ତିଗତ ଋଣର ବଢ଼ିଛି ପ୍ରବଳ ଚାହିଦା

ନୂଆଦିଲ୍ଲୀ: କରୋନା ମହାମାରୀ ଦେଖାଦେବା ପରେ ଦେଶର ଋଣ ଦୃଶ୍ୟପଟ୍ଟରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ବ୍ୟକ୍ତିଗତ ଋଣର ଚାହିଦା ବହୁତ ବଢ଼ିଯାଇଛି । ଅନେକ ଲୋକ ଜୀବିକା ହରାଇଥିବା ବେଳେ ବେତନଭୋଗୀମାନଙ୍କ ଦରମା ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ନିଜର ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଲୋକମାନେ ବ୍ୟକ୍ତିଗତ ଋଣ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । ସେଥିପାଇଁ ବ୍ୟକ୍ତିଗତ ଋଣ କ୍ଷେତ୍ରରେ ୨୦୨୦-୨୧ ରେ ୧୩.୫% ବୃଦ୍ଧି ଘଟିଛି । ଏହି ବର୍ଷ କିନ୍ତୁ ଶିଳ୍ପ ସଂସ୍ଥା ଗୁଡିକ ନେଉଥିବା ଋଣରେ ହ୍ରାସ ଦେଖିବାକୁ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁଯାୟୀ ପରିବାର ଗୁଡିକ ନେଉଥିବା ଋଣ ପରିମାଣ ୧୦.୯% ବୃଦ୍ଧି ପାଇଛି । ଘରୋଇ କ୍ଷେତ୍ରରେ କର୍ପୋରେଟ ସଂସ୍ଥାକୁ ଋଣ ପ୍ରଦାନରେ ବିଯୁକ୍ତାତ୍ମକ ଧାରା ଜାରି ରହିଛି ।