କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ୧୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୧୨୮୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ରାଜୃରେ ମଧ୍ୟ ୧୦ ଜିଲ୍ଲାରେ ନାଇଟ କର୍ଫୁ୍ୟ ଲାଗି ଗଲାଣୀ । କିଛି ସ୍ଥାନରେ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଅନେକ ପର୍ଯ୍ୟଟନ ସ୍ଥାନରେ କଟକଣା ଲାଗି ଗଲାଣି । ଏଥର ସମସ୍ତ ଜନ ସାଧାରଣ ସଜାଗ ରହିବା ନିହାତି ଦରକାର । ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୪୯, ବାଲେଶ୍ୱରରେ ୧୦, ବରଗଡ଼ରେ ୮୪, ଭଦ୍ରକରେ ୨୪, ବଲାଙ୍ଗୀରରେ ୪୫, କଟକରେ ୬୩, ଦେବଗଡ଼ରେ ୩, ଢେଙ୍କାନାଳରେ ୨, ଗଜପତିରେ ୧, ଗଞ୍ଜାମରେ ୩୨, ଜଗତସିଂହପୁରରେ ୩, ଯାଜପୁରରେ ୨୬, ଝାରସୁଗୁଡ଼ାରେ ୩୬, କଳାହାଣ୍ଡିରେ ୧୦୮, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୬, କେନ୍ଦୁଝରରେ ୬, ଖୋର୍ଦ୍ଧାରେ ୧୯୨, କୋରାପୁଟରେ ୮, ମୟୂରଭଞ୍ଜରେ ୫୨, ନବରଙ୍ଗପୁରରେ ୨୭, ନୟାଗଡ଼ରେ ୧୦, ନୂଆପଡ଼ାରେ ୮୨, ପୁରୀରେ ୨୮, ରାୟଗଡ଼ାରେ ୧୫, ସମ୍ବଲପୁରରେ ୮୨, ସୋନପୁରରେ ୧୨, ସୁନ୍ଦରଗଡ଼ରେ ୨୨୪, ରାଜ୍ୟ ପୁଲରେ ୪୫ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପ୍ରତି ରାଜ୍ୟରେ ୫୯୪୧ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।