କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୦୩୧ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୦୩୧ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୦୩୧ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଆଗାମୀ ଦିନରେ ସଂକ୍ରମଣ ଆହୁରି କମିବ ବୋଲି କୁହାଯାଇଛି । ଏହା ମଧ୍ୟରେ ଆଜି ପୁଣି ୩୦୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୯୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪ ରହିଥିବା ବେଳେ ୩୬ ହଜାର ୬୩୩ ଜଣ ଚିକିତ୍ସିତ ହେଉଛନ୍ତି ।  ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୨୧, ବାଲେଶ୍ୱରରେ ୨୯୦, ବରଗଡ଼ରେ ୩୯, ଭଦ୍ରକରେ ୧୩୫, ବଲାଙ୍ଗୀରରେ ୩୦, ବୌଦ୍ଧରେ ୪୦, କଟକରେ ୨୯୫, ଦେବଗଡ଼ରେ ୧୧, ଢେଙ୍କାନାଳରେ ୯୦, ଗଜପତିରେ ୨୫, ଗଞ୍ଜାମରେ ୨୬, ଜଗତସିଂହପୁରରେ ୧୦୭, ଯାଜପୁରରେ ୨୨୬, ଝାରସୁଗୁଡ଼ାରେ ୧୭, କଳାହାଣ୍ଡିରେ ୩୯, କନ୍ଧମାଳରେ ୩୮, କେନ୍ଦ୍ରାପଡ଼ାରେ ୧୧୮, କେନ୍ଦୁଝରରେ ୬୮, ଖୋର୍ଦ୍ଧାରେ ୩୮୧, କୋରାପୁଟରେ ୬୮, ମାଲକାନାଗିରିରେ ୪୩, ମୟୂରଭଞ୍ଜରେ ୧୬୭, ନବରଙ୍ଗପୁରରେ ୬୩, ନୟାଗଡ଼ରେ ୧୪୦, ନୂଆପଡ଼ାରେ ୨୦, ପୁରୀରେ ୧୮୦, ରାୟଗଡ଼ାରେ ୪୪, ସମ୍ବଲପୁରରେ ୩୦, ସୋନପୁରରେ ୨୨, ସୁନ୍ଦରଗଡ଼ରେ ୮୦ ଓ ରାଜ୍ୟ ପୁଲରେ ୭୮ ଜଣ ସଂକ୍ରମିତ ହୋଇଛନ୍ତି ।