କରୋନା କବଳରୁ ମୁକୁଳିଲେ କନିକା

କରୋନା କବଳରୁ ମୁକୁଳିଲେ କନିକା

କରୋନା କବଳରୁ ମୁକୁଳିଲେ କନିକା
କଣ୍ଠଶିଳ୍ପୀ କନିକା କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ୧୬ ଦିନ ଧରି କରୋନା ଭୂତାଣୁ ସହ ଲଢ଼େଇ କରିବା ପରେ ଏବେ ସେ ମୁକୁଳିଛନ୍ତି । ଶନିବାର ତାଙ୍କ ନମୁନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି । ଡାକ୍ତରଙ୍କ କହିବା ମୁତାବକ ପୁନର୍ବାର ଯାଞ୍ଚ ପରେ କନିକା ହସ୍ପିଟାଲରୁ ଡିସଚାର୍ଜ ହେବେ । କନିକା ମାର୍ଚ୍ଚ ୨୦ ତାରିଖରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖ ପହଞ୍ଚାଇଥିଲା । ଲକ୍ଷ୍ନୌର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ମାତ୍ର ୪ ଥର ତାଙ୍କର ରକ୍ତ ନମୁନା ପଜିଟିଭ ଥିବା ଜଣାପଡ଼ିଥିଲା । କନିକା ମାର୍ଚ୍ଚ ୧୪ ରେ ଲଣ୍ଡନରୁ ଲକ୍ଷ୍ନୌ ଫେରିଥିଲେ । ସେଠାରୁ ସେ ଆସି ଲକ୍ଷ୍ନୌରେ ଏକ ହେଟୋଲରେ ରହିଥିଲେ । ୩ଟି ପାର୍ଟିରେ ସାମିଲ ମଧ୍ୟ ହୋଇଥିଲେ । ସେଠାରେ ସେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ତାଙ୍କ ପୁଅ ଦୃଶ୍ୟନ୍ତ ସିଂହ ପରିବାର ସହ ମଧ୍ୟ ସାମିଲ ହୋଇଥିଲେ । କନିକା ଲଣ୍ଡନରୁ ଫେରି ଏ ସମ୍ପର୍କରେ କୌଣସି ସୂଚନା ନ ଦେଇ କରୋନା ମୁକାବିଲା ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ମକଦ୍ଦମା ଲଗଯାଇଥିଲା । ଯେବେ କନିକାଙ୍କର ରିପୋର୍ଟ ନେଗେଟିଭ ଆସିଲା ତା ପରେ ସେ ଏ ସମ୍ପର୍କରେ ସେ ନିଜ ଓକିଲଙ୍କ ସହ କଥାବାର୍ତ୍ତା କରିଥିଲେ ।