କରେନା ବିରୋଧୀ ଲଢ଼େଇରେ ଏଣିକି ସିଙ୍ଗଲ ଡୋଜ୍ ଟିକା

କରେନା ବିରୋଧୀ ଲଢ଼େଇରେ ଏଣିକି ସିଙ୍ଗଲ ଡୋଜ୍ ଟିକା

କରେନା ବିରୋଧୀ ଲଢ଼େଇରେ ଏଣିକି ସିଙ୍ଗଲ ଡୋଜ୍ ଟିକା

ନୂଆଦିଲ୍ଲୀ: କୋଭିଡ୍ ବିରୋଧରେ ଲଢ଼େଇକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର। ଏଣିକି ସିଙ୍ଗଲ୍ ଡୋଜ୍ ଟିକା ଦିଆଯିବ। ତେବେ ସ୍ପୁଟନିକ ଲାଇଟ୍ କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇ ପକ୍ଷରୁ ଏହି ଅନୁମତି ଦିଆଯାଇଛି।। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା । ସେ କହିଛନ୍ତି, ଦେଶ କୋଭିଡ୍ ବିରୋଧୀ ଲଢ଼େଇରେ ନବମ ଟିକା ପାଇଛି ।

ପୂର୍ବରୁ ସ୍ପୁଟନିକ ଭି ଟିକାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମିଳି ସାରିଛି । ୨ ଡୋଜ୍ ବିଶିଷ୍ଟ ସ୍ପୁଟନିକ୍ ଭି ତୁଳନାରେ ସିଙ୍ଗଲ୍ ଡୋଜ୍ ବିଶିଷ୍ଟ ‘ସ୍ପୁଟନିକ ଲାଇଟ୍’ ଅଧିକ ପ୍ରଭାବୀ । ସ୍ପୁଟନିକ ଭି ୯୧.୬ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ ‘ସ୍ପୁଟନିକ ଲାଇଟ୍’ ୭୯.୪ ପ୍ରତିଶତ ପ୍ରଭାବୀ ଥିବା କମ୍ପାନୀ ଦାବି କରିଛି ।