କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଛି : ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଛି : ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଛି : ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକାକରଣ ଅଭିଯାନକୁ ଜୋରଦାର କରୁଛନ୍ତି । ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି । ଏହା ସତ୍ତ୍ୱେ କରୋନା ସଂକ୍ରମଣ କମୁନାହିଁ । ତେବେ  କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଥିବା ସୂଚନା ମିଳିଛି ।  ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ଏହା  କହିଛନ୍ତି ।

ସେ କହିଛନ୍ତି ଯେ,  ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନ କୋହଳ କରିଛନ୍ତି ।  ତେବେ ସବୁ ଦାୟିତ୍ୱ ସରକାରଙ୍କର ନୁହେଁ, କମୁ୍ୟନିଟିର ସହଯୋଗ ମଧ୍ୟ ଦରକାର ।  ସରକାର ଓ କମୁ୍ୟନିଟି ମିଶିଲେ ଯାଇ ମହାମାରୀକୁ ନିୟନ୍ତ୍ରଣ କରିହେବ ।  କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ଯାତାୟାତ ଯୋଗୁଁ ସଂକ୍ରମଣ ବଢୁଛି ।   କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି ।  ଆଡମିଶନ, ସିଭିୟରଟି କମିଛି । ସଂକ୍ରମିତ ରୋଗୀ ଗୁରୁତର ହେଉନାହାନ୍ତି ।  ଆନ୍ତର୍ଜାତୀୟ ରିପୋର୍ଟରେ ଟିକା ନେବା ପରେ ୦.୩ ପ୍ରତିଶତ ସଂକ୍ରମିତ ହେଉଛନ୍ତି ।  ଦ୍ୱିତୀୟ ଡୋଜ ଟିକା ନେବା ପରେ କେହି ଗୁରୁତର ହେଉନାହାନ୍ତି ।  ଟିକା ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି  ବୋଲି ବିଜୟ ମହାପାତ୍ର କହିଛନ୍ତି ।