କଂଗ୍ରେସ ସାଂସଦ କରଛନ୍ତି ବିଜେପିର ପ୍ରଚାର

କଂଗ୍ରେସ ସାଂସଦ କରଛନ୍ତି ବିଜେପିର ପ୍ରଚାର

କଂଗ୍ରେସ ସାଂସଦ କରଛନ୍ତି ବିଜେପିର ପ୍ରଚାର

ପଟିଆଲା: ରାଜନୀତିରେ ସବୁକିଛି ସମ୍ଭବ। ଏହି ଉକ୍ତି ପ୍ରମାଣିତ ହେଉଛି ପଞ୍ଜାବ ନିର୍ବାଚନରେ। ଏଠାରେ କଂଗ୍ରେସ ସାଂସଦ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରୀନିତ କୌର ଏକ ବିଜେପି ରାଲିରେ ସାମିଲ ହୋଇ ନିଜ ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ପ୍ରିନୀତ ପଟିଆଲାରୁ ସାଂସଦ ନିର୍ବାଚିତ ହୋଇଛନ୍ତି । ଅମରିନ୍ଦର ଗତବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦବୀରୁ ଏବଂ କଂଗ୍ରେସରୁ ଇସ୍ତଫା ଦେଇଥିଲେ ମଧ୍ୟ ପ୍ରୀନିତ କଂଗ୍ରେସରେ ରହିବା ସହ ନିଜର ସାଂସଦ ପଦ ବଜାୟ ରଖିଥିଲେ ।


 ଅମରିନ୍ଦର କଂଗ୍ରେସରୁ ଇସ୍ତଫା ଦେବା ପରେ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ନାମରେ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ  ପିଏଲସି ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ପ୍ରନୀତ୍ ସାମିଲ ହୋଇଥିବା ବିଜେପି ଜନସଭା ଅମରିନ୍ଦରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଅମରିନ୍ଦର ନିଜର ପୂରଣା ଆସନ ପଟିଆଲା ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ପଟିଆଲାରୁ କଂଗ୍ରେସର ପ୍ରାର୍ଥୀ ବିଷ୍ଣୁ ଶର୍ମାଙ୍କ ପାଇଁ ପ୍ରଚାର ନ କରି ସ୍ୱାମୀ ଅମରିନ୍ଦରଙ୍କ ପାଇଁ ପ୍ରଚାର କରୁଥିବାରୁ ପ୍ରନୀତଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି ।