ଔଷଧୀୟ ପାର୍କ ବାଣ୍ଟୁଛି ମଶା

ଔଷଧୀୟ ପାର୍କ ବାଣ୍ଟୁଛି ମଶା

ଔଷଧୀୟ ପାର୍କ ବାଣ୍ଟୁଛି ମଶା

ଭୁବନେଶ୍ୱର: ଏନ୍‌-୩ ଇଡି ଅଫିସ ପାର୍କ ମଶାଙ୍କ ଆଡ୍ଡା ପାଲଟିଛି । ସନ୍ଧ୍ୟା ହେଲେ ଭଣ ଭଣ ହୋଇ ମାଡ଼ି ଆସୁଛନ୍ତି । ମଶା ଦାଉରେ ସ୍ଥାନୀୟ ଅଞ୍ଚଳବାସୀ ନାକେଦମ ହେଲେଣି । ଅସ୍ଥାୟୀ ଡଷ୍ଟବିନ ଦୁର୍ଗନ୍ଧରେ ଫାଟି ପଡ଼ୁଛି । ବାଟ ଚାଲିବା କଷ୍ଟକର । ବିଏମସି ପାର୍କର ଏମିତି ଅବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ ।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ପଣ୍ଡାଙ୍କ ଅଭିଯୋଗ, ୨୦୦୯ ମସିହାରେ ଏଠାରେ ବିଡିଏ ଓ ବିଏମସି ପକ୍ଷରୁ ଔଷଧୀୟ ପାର୍କ କରିବାକୁ ଯୋଜନା ହୋଇଥିଲା । ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଫନି ବାତ୍ୟା ପରଠୁ ପାର୍କ ପରିତ୍ୟକ୍ତ ଅବସ୍ତାରେ ପଡିରହିଛି । ସ୍ଥାନୀୟ ଲୋକେ ଏହାକୁ ଡଷ୍ଟବିନ ଭାବେ ବ୍ୟବହାର କରୁଛନ୍ତି । ପଲିଥିନ ପକାଇବା ଦ୍ୱାରା ପାର୍କ ନଷ୍ଟ ହେଉଛି । ସେମାନେ ମଶା ବଂଶ ମଧ୍ୟ ବୃଦ୍ଧି ପାଇଛି । ରାତି ହେଲେ ପାର୍କରେ ଅସାମାଜିକ ଲୋକେ ଆଡ୍ଡା ଜମାଉଛନ୍ତି । ତେଣୁ ଏନେଇ ବାରମ୍ବାର ବିଏମସି ଓ ବିଡ଼ିଏକୁ ଅନୁରୋଧ କରାଯାଇଥିଲା ମଧ୍ୟ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଶ୍ରୀ ପଣ୍ଡା ଦାବି କରିଛନ୍ତି ପାର୍କରେ ଆଲୋକୀକରଣ କରାଯାଇ ଅଧିକ ଔଷଧ ଗଛ ଲାଗୁ । ଏନ୍‌-୩ ବାସିନ୍ଦା ଏହା ଦ୍ୱାରା ଉପକୃତ ହେବେ ।

ଏନେଇ ଆଇନଜୀବୀ ଶ୍ରୀ ପଣ୍ଡା ଗତକାଲି ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ଓ ମିଏମସି କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ ବିଏମସି କମିଶନର ଘଟଣାକୁ ଗୁରୁତର ସହ ନେଇ ପାର୍କକୁ ସଫେଇ କରିବା ସହ ଉନ୍ନତିକରଣ କରାଇବାକୁ କହିଛନ୍ତି ।