ଓଡ଼ିଶା ହାଇକୋର୍ଟ ବିଚାରପତି ହେଲେ ସଂଜୀବ ପାଣିଗ୍ରାହୀ, ଜଜ୍ ସଂଖ୍ୟା ୧୫

ଓଡ଼ିଶା ହାଇକୋର୍ଟ ବିଚାରପତି ହେଲେ ସଂଜୀବ ପାଣିଗ୍ରାହୀ, ଜଜ୍ ସଂଖ୍ୟା ୧୫

ଓଡ଼ିଶା ହାଇକୋର୍ଟ ବିଚାରପତି ହେଲେ ସଂଜୀବ ପାଣିଗ୍ରାହୀ, ଜଜ୍ ସଂଖ୍ୟା ୧୫
ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟ ବିଚାରପତି। ସଂଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି। ତାଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସଂଜୀବ ଏବେ ସୁପ୍ରିମକୋର୍ଟରେ ଆଇନଜୀବୀ ଅଛନ୍ତି। ତାଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍ ସଂଖ୍ୟା ୧୫ ହେବ। ବଲାଙ୍ଗୀର ନିବାସୀ ସଂଜୀବ ପାଣିଗ୍ରାହୀ ବେଙ୍ଗାଲୁରୁରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ହାସଲ କରିଛନ୍ତି। ସେ ୧୫ ବର୍ଷ ଧରି ସୁପ୍ରିମ୍‌ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି।