ଓଡ଼ିଶାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
ଓଡ଼ିଶାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶବାସୀଙ୍କ ମନରେ ଛନକା ପଶିଛି। କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି । ବର୍ତ୍ତମାନ ଓମିକ୍ରନ ୨୬ଦେଶ ଓ କେନ୍ଦ୍ରଶାସିତ ଅଂଚଳରେ ପହଞ୍ଚି ତା’ର କାୟା ବିସ୍ତାର କରିବାରେ ଲାଗିଛି ।
ତେବେ ଏହାରି ଭିତରେ ଆଜି ଓଡିଶାରେ ପ୍ରଥମ ଓମିକ୍ରନ ଜନିତ ପ୍ରଥମ ମୃତୁ୍ୟ ହୋଇଥିବା ଜଣାପଡିଛି । ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନ ଜନିତ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ଆଗଲପୁର ବ୍ଲକ ଅଂଚଳର ହୋଇଥିବା ସୂଚନା ମିଳିଛି । ମୃତକ ୪୫ବର୍ଷୀୟା ଜଣେ ମହିଳା ହୋଇଥିବା ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଉକ୍ତ ମହିଳା ଗତ ୨୨ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଥିତି ଜଟିଳ ହେବାରୁ ତାଙ୍କୁ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ୨୩ରେ କରୋନା ପଜିଟିଭ ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ନମୁନନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ରିପୋର୍ଟ ଆସିବା ପୂର୍ବରୁ ସେ ୨୭ତାରିଖରେ ମୃତୁ୍ୟବରଣ କରିଥିଲେ ।
କାଲି ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ସେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ସେ ହୃଦଘାତରେ ମୃତୁ୍ୟବରଣ କରିଛନ୍ତି ନା ଓମିକ୍ରନରେ ତାଙ୍କର ମୃତୁ୍ୟ ହୋଇଛି ତାହା କହିହେବ ନାହିଁ ବୋଲି ସିଡିଏମଓ କହିଛନ୍ତି । ମୃତୁ୍ୟ ପରେ ତାଙ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ବତ୍ତମାନ ଉକ୍ତ ଅଂଚଳରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ସିଡିଏମଓ କହିଛନ୍ତି ।




admin 