ଓଡିଶାର ୧୪ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଓଡିଶାର ୧୪ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଓଡିଶାର ୧୪ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ
ଭୁବନେଶ୍ୱର : ରାଜ୍ୟର ୧୪ ଜଣ ପୋଲିସ ଅଧିକାରୀଙ୍କୁ ପୋଲିସ୍ ପଦକ ପ୍ରଦାନ କରାଯିବ । ଏହା ମଧ୍ୟରୁ ଦୁଇଜଣ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ହାସଲ କରିଛନ୍ତି । ଅନ୍ୟ ୧୨ ଜଣ କର୍ମୀ ଉକ୍ରୃଷ୍ଟ ସେବା କାର୍ଯ୍ୟ ପାଇଁ ପୁଲିସ ମେଡାଲ ପାଇଁ ମନୋନୀତ ହୋଇଛନ୍ତି । ସ୍ୱାଧୀନତା ଦିବସ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । ଭିଜିଲାନ୍ସ ଡିଏସପି କେ ବେଣୁଗୋପାଳ ଆଚାର୍ଯର୍୍ୟ ଏବଂ କନେଷ୍ଟବଳ ବିରଞ୍ଚି ନାରାୟଣ ସାହୁଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ । ଏହା ସହିତ ଭିଜିଲାନ୍ସ ଏଏସ୍ପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସିପି ଅନୀଲ ମିଶ୍ର, ଡିଏସପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅଷ୍ଲ କ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ, ଇନ୍ସପେକ୍ଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା ଏବଂ ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ଉକ୍ରୃଷ୍ଟ ସେବା ସମ୍ମାନରେ ସମ୍ମାନିତ କରାଯିବ ।