ରାଜ୍ୟର ୮ଟି ଜିଲ୍ଲାକୁୂ ଅରେଞ୍ଜ ୱାର୍ଣ୍ଣିଂ ଜାରି

ରାଜ୍ୟର ୮ଟି ଜିଲ୍ଲାକୁୂ ଅରେଞ୍ଜ ୱାର୍ଣ୍ଣିଂ ଜାରି

ରାଜ୍ୟର ୮ଟି ଜିଲ୍ଲାକୁୂ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଆହୁରି ତିନି ଦିନ ପ୍ରବଳ ବର୍ଷା ହେବ । ଏନେଇ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, ପୁରୀ, ଜଗତସିଂହପୁର,ସମ୍ବ୍ଲପୁର, ଅନୁଗୁଳ, ଦେବଗଡ ଏବଂ ବଲାଙ୍ଗୀରକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । ଏହା ସହିତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ସୋନପୁର, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ ଏବଂ ବରଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ସତର୍କ ରହିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।