ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସଫଳତା, ୨୪୮୮ ଜଣ ଚାକିରି ଆଶାୟୀଙ୍କୁ ମିଳିଛି ନିଯୁକ୍ତି

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସଫଳତା, ୨୪୮୮ ଜଣ ଚାକିରି ଆଶାୟୀଙ୍କୁ ମିଳିଛି ନିଯୁକ୍ତି

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସଫଳତା, ୨୪୮୮ ଜଣ ଚାକିରି ଆଶାୟୀଙ୍କୁ ମିଳିଛି ନିଯୁକ୍ତି

ଭୁବନେଶ୍ୱର: ଶୀଘ୍ର ଫଳ ପ୍ରକାଶ ଓ ନିଯୁକ୍ତି ନେଇ ୨୦୨୨ ବର୍ଷରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ-ଓଏସଏସସିକୁ ମିଳିଛି ବ୍ୟାପକ ସଫଳତା । ଗତ ବର୍ଷ  ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା । ଯେଉଁଥିରେ ମୋଟ ୨୪୮୮ ଜଣ ଚାକିରି ଆଶାୟୀଙ୍କୁ ମିଳିଛି ନିଯୁକ୍ତି । ମୋଟ ୨୦୧୬ରୁ ୨୦୨୨ ମଧ୍ୟରେ ୫୩ଟି ନିଯୁକ୍ତି ପରୀକ୍ଷା କରାଯାଇଥିଲା। ସେଥିରୁ ୨୦୧୬ରେ ୬, ୨୦୧୭ରେ ୮, ୨୦୧୮ରେ ୨, ୨୦୧୯ରେ ୧୬, ୨୦୨୦ରେ ୩, ୨୦୨୧ରେ ୧୪ ଏବଂ ୨୦୨୨ରେ ୨ଟି ସେବାରେ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା ।

ନଭେମ୍ବରରୁ ଡିସେମ୍ବର ୨୦୨୨ ମଧ୍ୟରେ ୫ଟି ମିଳିତ ନିଯୁକ୍ତି ବିଜ୍ଞାପନ ଦିଆଯାଇଥିବାବେଳେ ଆଉ ଗୋଟିଏ ନିଯୁକ୍ତି ନେଇ କ୍ୟାବିନେଟ ମୋହର ମାରିଛି । ଯାହା ଖୁବ ଶୀଘ୍ର ନୋଟିଫିକେସନ ହେବ । ଏଥିପାଇଁ ଅଗଷ୍ଟ ମାସରୁ ପ୍ରତି ଜିଲ୍ଲାରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ଦ୍ବାରା ପ୍ରିଲିମିନାରୀ ପରୀକ୍ଷା କରାଯାଇଛି । ଯାହା ପୂର୍ବରୁ ୫ରୁ ୬ ଟି ଜିଲ୍ଲାରେ ଉପଲବ୍ଧ ହେଉଥିଲା । ସେହିପରି ପୂର୍ବରୁ କେବଳ ଇଂରାଜୀ ମାଧ୍ୟମରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଉଥିଲା । ଯାହା ଏବେ ଓଡିଆରେ ମଧ୍ୟ ଉପଲବ୍ଧ ହେଉଛି । ସେହିପରି ୨୦୨୩ ଜାନୁଆରୀରୁ ହେବାକୁ ଥିବା ସବୁ ନିଯୁକ୍ତି ପରୀକ୍ଷା ଓଡିଆ କିମ୍ବା ଇଂରାଜୀରେ ଦେବା ପାଇଁ ପିଲାମାନଙ୍କ ପାଇଁ ଇଚ୍ଛାଧୀନ କରାଯାଇଛି ।

ରେଜଲ୍ଟ ପ୍ରକାଶନ ପରେ ପିଲାମାନଙ୍କ ମାର୍କକ ଅନଲାଇନରେ ବିଜ୍ଞାପିତ କରାଯାଇଛି । ପିଲାମାନେ ନିଜ ଆକାଉଣ୍ଟରେ ନିଜ ମାର୍କକୁ ପରଖି ପାରିଛନ୍ତି । ସେହିଭଳି ୨୦୨୩ରେ ପ୍ରତି କମ୍ପ୍ୟୁଟର ଦ୍ବାରା ପରୀକ୍ଷା କେନ୍ଦ୍ରରେ ଜାମର ବ୍ୟବସ୍ଥା କରାଯିବ । ସାର୍ଟିଫିକେଟ ଭେରିଫିକେସନ ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ୟୁନିଟ ଟୁ କ୍ୟାମ୍ପସକୁ ସ୍ଥାନାନ୍ତର କରାଯାଇଛି । ସେହିପରି ନଭେମ୍ବର ଓ ଡିସେମ୍ବର ୨୦୨୨ରେ ୧୦ ଟି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ଯେଉଁଥିରେ ୧୦ ହଜାରରୁ ଅଧିକ ନିଯୁକ୍ତି ନେଇ ସୁଯୋଗ ରହିଛି । ଓଏସଏସସି ଏହାକୁ ନ ମାସ କିମ୍ବା ତାଠାରୁ କମ ସମୟ ମଧ୍ୟରେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛି ।