ଓଜେଇଇ ପ୍ରଥମ ପର୍ୟ୍ୟାୟ ସିଟ୍ ଆଲଟମେଣ୍ଟ ଆଜି
ଓଜେଇଇ ପ୍ରଥମ ପର୍ୟ୍ୟାୟ ସିଟ୍ ଆଲଟମେଣ୍ଟ ଆଜି
ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବିଟେକ, ବି.ଆର୍କ, ବି.ପ୍ଲାନ, ବି.କ୍ୟାଟ ଓ ଇଣ୍ଟିଗ୍ରେଟେଡ ଏମଏସସି ପାଠ୍ୟକ୍ରମର ପ୍ରଥମ ପର୍ୟ୍ୟାୟ ସିଟ ଆଲଟମେଣ୍ଟ ଆଜି ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ପରେ ୧୨ ତାରିଖ ଯାଏ ଅନଲାଇନ ରିପୋର୍ଟିଂ ଚାଲିବ । ଏହି ସମୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଅନଲାଇନରେ ଫି ଦାଖଲ କରିବା ସହ ଡକୁ୍ୟମେଣ୍ଟ ସବୁ ଅପଲୋଡ କରିବେ । ଆଜିଠାରୁ ୧୩ ତାରିଖ ପର୍ୟ୍ୟନ୍ତ ସିଟ ବଣ୍ଟନ ପ୍ରକି୍ରୟାରୁ ନିଜକୁ ବାହାର ମଧ୍ୟ କରିପାରିବେ । ପରେ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ ରାଙ୍କଧାରୀ ଓ ସ୍ୱତନ୍ତ୍ର ଓଜେଇଇରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ୧୦ ରୁ ୧୫ ତାରିଖ ଭିତରେ ଚଏସ ଲକିଂ ସହ ପଞ୍ଜୀକରଣ କରିପାରିବେ । ୧୮ ତାରିଖରେ ୨ୟ ପର୍ୟ୍ୟାୟ ସିଟ ଆଲଟମେଣ୍ଟ ବାହାରିବ । ଏହି ପର୍ୟ୍ୟାୟ ନାମଲେଖା ପାଇଁ ୧୮ ରୁ ୨୦ ଅନଲାଇନ ରିପୋର୍ଟଂ ହେବ ।




admin 