ଏହି ୬ ଦେଶର ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଏହି ୬ ଦେଶର ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଏହି ୬ ଦେଶର ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଅଧିକ କରୋନା ସଂକ୍ରମଣ ଥିବା ଚୀନ୍, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ଆଦି ୬ଟି ଦେଶରୁ ଭାରତ ଆସୁଥିବା ଆନ୍ତର୍ଜାତୀୟ ବିମାନ ଯାତ୍ରୀମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।  ସଂକ୍ରମଣ ରୋକିବା ପାଇଁ  ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି  ଏହି ଯାତ୍ରୀମାନଙ୍କୁ ୨୦୨୩ ଜାନୁୟାରୀ ପହିଲାରୁ ଏୟାର ସୁବିଧା ପୋର୍ଟାଲରେ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ। ଭାରତକୁ ଯାତ୍ରାରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଥିବା ଆବଶ୍ୟକ ।


ଅନ୍ତର୍ଜାତୀୟ ବିମାନରେ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କ ଅନିୟମିତ ୨% ପରୀକ୍ଷଣ ନମୁନା ପରୀକ୍ଷ ସହିତ ଏହି ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ସମଗ୍ର ବିଶ୍ୱରେ, ବିଶେଷ କରି ଉପରୋକ୍ତ ଦେଶଗୁଡିକରେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
ଅନ୍ୟପକ୍ଷରେ  ଜାନୁଆରୀରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଭାଗର ଜନୈକ ଅଧିକାରୀ ମତ ଦେଇଛନ୍ତି। ଅତୀତକୁ ଦୃଷ୍ଟି ଦେଲେ ପୂର୍ବ ଏସିଆରେ ଯେତେବେଳେ ନୂଆ କରୋନା ପ୍ରଜାତି ବାହାରିଛି ତାହାର ୩୦ରୁ ୩୫ ଦିନ ପରେ ଭାରତରେ ସଂକ୍ରମଣ ବୃଦ୍ଧି ପାଇବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଯେଉଁ ନୂଆ ପ୍ରଜାତି ଦେଖା ଦେଇଛି ତାହାର ପ୍ରଭାବ ଜାନୁଆରୀରେ ପଡ଼ିବାର ସମ୍ଭାବନା ରହିଛି। ତେବେ କରୋନା ସଂକ୍ରମଣ ଭାରତରେ ଏତେଟା ଘାତକ ହେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।