ଏହି ସବୁ କାରଣରୁ ପୁରୁଷଙ୍କ ବିବାହରେ ହୁଏ ବିଳମ୍ବ
ଏହି ସବୁ କାରଣରୁ ପୁରୁଷଙ୍କ ବିବାହରେ ହୁଏ ବିଳମ୍ବ
ବୟସ ବଢ଼ିଲେ ବିବାହ କଥା ଚିନ୍ତା କରାଯାଏ । ଭଲ ପ୍ରସ୍ତାବ ମିଳିବା ଓ ବିବାହ ଠିକ୍ ହେବା ପାଇଁ କିଛି ସମୟ ଲାଗେ । ଅନେକ ସମୟରେ ଦେଖାଯାଏ ଯେ ସବୁ ଠିକ୍ ହୋଇ ମଧ୍ୟ ବାରମ୍ବାର ବିବାହ ଭାଙ୍ଗିଯାଏ । ଆଉ କିଛି ଲୋକଙ୍କ କ୍ଷେତ୍ରରେ ବିବାହ ପାଇଁ ଯୋଗ୍ୟ ପ୍ରସ୍ତବ ମିଳିବାରେ ବିଳମ୍ବ ହୁଏ । ତେବେ ଏହା ପଛର କାରଣ ଘରର ବାସ୍ତୁ ଦୋଷ ହୋଇପାରେ । ଏଥିପାଇଁ ନିମ୍ନଲିଖିତ ୫ଟି କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ ।
୧) ବାସ୍ତୁଶାସ୍ତ୍ର ଅନୁସାରେ, ବିବାହଯୋଗ୍ୟ ପୁଅ କିମ୍ବା ଝିଅ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ୍ ନୁହେଁ । ଏହି ଦିଗକୁ ମୁଣ୍ଡ କରି ଶୋଇଲେ ବିବାହରେ ବାଧା ଉପୁଜିଥାଏ ଏବଂ କୁହାଯାଏ ଯେ ବିବାହଯୋଗ୍ୟ ପ୍ରସାବ ମଧ୍ୟ ମିଳେନାହିଁ ।
୨) ଏକାଧିକ ଦ୍ୱାର ଥିବା ରୁମ୍ରେ ବିବାହ ଯୋଗ୍ୟ ପୁଅ ଶୋଇବା ଭଲ । କାରଣ କମ୍ ପବନ ଓ ସୂର୍ଯ୍ୟ କିରଣ ପଡ଼ୁଥିବା ରୁମ୍ରେ ଶୋଇବା ଏମାନଙ୍କ ପାଇଁ ଅଶୁଭ ହୋଇଥାଏ । ଏହା ବିବାହରେ ଯଥେଷ୍ଟ ବିଳମ୍ବ କରାଇପାରେ ।
୩) ବିବାହ ଯୋଗ୍ୟ ପୁଅମାନେ ବିବାହ ନ ହେବାଯାଏ କଳା ରଙ୍ଗରୁ ଟିକେ ଦୂରେଇ ରହିଲେ ଭଲ ।
୪) ପୁଅମାନେ ରହୁଥିବା ରୁମ୍ର ରଙ୍ଗ ଆଦୌ ଗାଢ଼ ହେବା ଉଚିତ୍ ନୁହେଁ। କାରଣ ଏହା ବିବାହରେ ବିଳମ୍ବ କରିଥାଏ । ଏମାନେ ରହୁଥିବା ରୁମ୍ର ରଙ୍ଗ ସବୁବେଳେ ଗୋଲାପି, ହଳଦିଆ, ଇଷତ ନୀଳ ଓ କମଳା ପରି ଲାଇଟ୍ କଲର୍ ହେବା ଭଲ ।
୫) ଆପଣଙ୍କର ଯଦି ବିବାହରେ ବିଳମ୍ବ ହେଉଛି, ତେବେ ଏମିତି ରୁମ୍ରେ ଆଦୌ ଶୁଅନ୍ତୁ ନାହିଁ , ଯେଉଁଠି ବେଡ୍ର ଠିକ୍ ଉପରକୁ ବିମ୍ ଥିବ ।




admin 