ଏହି ଦେଶରେ ୬ ମାସ ହେଲା ପଶି ପାରୁନି କରୋନା : ଜାଣନ୍ତୁ କାହିଁକି

ଏହି ଦେଶରେ ୬ ମାସ ହେଲା ପଶି ପାରୁନି କରୋନା : ଜାଣନ୍ତୁ କାହିଁକି

ଏହି ଦେଶରେ ୬ ମାସ ହେଲା ପଶି ପାରୁନି କରୋନା : ଜାଣନ୍ତୁ କାହିଁକି
ନୂଆଦିଲ୍ଳୀ : କରୋନା ଭାଇରସ ଏହାର ତାଣ୍ଡବ ସମଗ୍ର ବିଶ୍ୱରେ ମଚାଇଛି । ଫ୍ରାନ୍ସ ଏବଂ ଜର୍ମାନୀ ପରି ବିକାଶଶୀଳ ରାଷ୍ଟ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି ହୋଇଥିବା ବେଳେ ଆମେରିକାରେ ସ୍ଥିତି ଆହୁରି ସଙ୍ଗୀନ ରହିଛି । ତେବେ ବିଶ୍ୱରେ ଏମିତି ଏକ ରାଷ୍ଟ୍ର ରହିଛି ଯେଉଁଠାରେ ବିଗତ ୬ ମାସ ମଧ୍ୟରେ ଗୋଟିଏ ବି ସ୍ଥାନୀୟ ସଂକ୍ରମଣ ଦେଖା ଦେଇନାହିଁ । ତାଇୱାନ ପରି ଏକ ଛୋଟ ରାଷ୍ଟ୍ର ଏହି ସଫଳତା ହାସଲରେ ସକ୍ଷମ ହୋଇଛି । ଏପ୍ରିଲ ୧୨ ତାରିଖରେ ଏହି ଦେଶରେ ଶେଷ ସ୍ଥାନୀୟ ସଂକ୍ରମଣ ଦେଖା ଦେଇଥିଲା । ଶୁକ୍ରବାର କ୍ରମାଗତ ୨୦୧ ଦିନ ପାଇଁ ତାଇୱାନରେ କୌଣସି ସ୍ଥାନୀୟ ସଂକ୍ରମଣ ଦେଖା ଦେଇନାହିଁ । ପ୍ରାୟ ୨.୩ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୫୩ଟି କରୋନା ମାମଲା ଦେଖା ଦେଇଛି । ଏପରିକି ମାତ୍ର ୭ ଜଣଙ୍କର ପ୍ରାଣହାନି ଘଟିଛି । ଚୀନର ପଡୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ସଂକ୍ରମଣ ପୂର୍ବରୁ ନିଜର ସମସ୍ତ ସୀମାକୁ ବନ୍ଦ କରି ଦେଇଥିଲା ତାଇୱାନ । କଣ୍ଟାକ୍ଟ ଟ୍ରେସିଂ ପାଇଁ ଉନ୍ନତ ବୈଷୟିକ କୌଶଳର ବ୍ୟବହାର କରିବା ସହିତ ମାସ୍କର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ଫଳରେ ଦେଶରେ କରୋନା ସଂକ୍ରମଣ କମ ରହିଥିଲା । ତାଇୱାନର ଏହି ସଫଳତାକୁ ବିଶ୍ୱର ଅନ୍ୟ ରାଷ୍ଟ୍ରମାନେ ମଡେଲ ଭାବରେ ଗ୍ରହଣ କରିବା ଉଚିତ ବୋଲି ଆମେରିକା ସିନେଟର ବର୍ଣ୍ଣି ସ୍ୟାଣ୍ଡର୍ସ କହିଛନ୍ତି ।