ଏହି ଦିନ ଠାକୁରଙ୍କ ପାଖରେ ଲଗାନ୍ତୁ ନାହିଁ ଧୂପକାଠି

ଏହି ଦିନ ଠାକୁରଙ୍କ ପାଖରେ ଲଗାନ୍ତୁ ନାହିଁ ଧୂପକାଠି

ଏହି ଦିନ ଠାକୁରଙ୍କ ପାଖରେ ଲଗାନ୍ତୁ ନାହିଁ ଧୂପକାଠି

ହିନ୍ଦୁ ଧର୍ମରେ ଦେବୀଦେବତାଙ୍କ ପୂଜାର୍ଚ୍ଚନା ସମୟରେ ସିନ୍ଦୂର, ଫୁଲ, ନୈବେଦ୍ୟ, ଫଳ, ଅକ୍ଷତ ଚନ୍ଦନ ଠାରୁ ଆରମ୍ଭ କରି ଅଗରବତୀ, ଧୂପ ବ୍ୟବହାର କରାଯାଇଥାଏ। ପ୍ରତେକ ଜିନିଷର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। କିଛି ପୂଜା ସାମଗ୍ରୀ ଦେବୀଦେବତାଙ୍କୁ ସମର୍ପିତ। ସେଭଳି ଏକ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଧୂପକାଠି। ସେହିପରି ଅଧିକାଂଶଙ୍କ ଘରେ ଧୂପକାଠି ନିଶ୍ଚିତ ବ୍ୟବହାର ହୋଇଥାଏ। ମାତ୍ର ଏହାର ବ୍ୟବହାରକୁ ନେଇ କିଛି ନିୟମ ମଧ୍ୟ ରହିଛି। ଏହାକୁ ପ୍ରତ୍ୟେକ ଦିନ ଲଗାଇବା ଉଚିତ ନୁହେଁ। ଜାଣନ୍ତୁ ବାସ୍ତୁ ଅନୁସାରେ ଅଗରବତୀ କେଉଁ ଦିନ ଲଗାଇବା ଉଚିତ ନୁହେଁ..
ବାସ୍ତୁ ଅନୁଯାୟୀ, ମଙ୍ଗଳବାର ଓ ରବିବାର ଦିନ ପୂଜା କରିବା ସମୟରେ ଅଗରବତୀ ଲଗାନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ, ଏହିଦିନ ଅଗରବତୀ ଲଗାଇବା ଦ୍ୱାରା ସୁଖ-ସମୃଦ୍ଧିରେ କୁପ୍ରଭାବ ପଡିଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ସନ୍ତାନଙ୍କ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ। ପରିବାରରେ କଳହ ଲାଗି ରହିଥାଏ।
ପିତୃଦୋଷ ଲାଗିଥାଏ। ତେଣୁ ଏହି ଦିନ ଅଗରବତୀ ଲଗାନ୍ତୁ ନାହିଁ।
ନକରାତ୍ମକ ଶକ୍ତିର ପ୍ରଭାବ ରହିବା ସହ ଉନ୍ନତିରେ ସମସ୍ୟା ହେଇଥାଏ।
ଏହିଦିନ ଅଗରବତୀ ବଦଳରେ ଝୁଣା ଧୂପ ଦେଇପାରିବେ।