ଏହି କାରଣ ପାଇଁ ନନ୍ଦନକାନନକୁ ପର୍ୟ୍ୟଟକ ମନା

ଏହି କାରଣ ପାଇଁ ନନ୍ଦନକାନନକୁ ପର୍ୟ୍ୟଟକ ମନା

ଏହି କାରଣ ପାଇଁ ନନ୍ଦନକାନନକୁ ପର୍ୟ୍ୟଟକ ମନା

 ବାରଙ୍ଗ: ନନ୍ଦନକାନନରେ ପର୍ୟ୍ୟଟକଙ୍କ ପ୍ରବେଶ ଉପରେ ଦିନକ ଲାଗି କଟକଣା କରାଯାଇଛି । କାରଣ ନନ୍ଦନକାନନରେ ଦୁଇ ଜଙ୍ଗଲୀ ହାତୀ ପଶିଯାଇଛନ୍ତି । ଦୁଇଟି ଜଙ୍ଗଲୀ ହାତୀ ଗତକାଲି ରାତିରେ ନନ୍ଦନକାନନ ଭିତରେ ପଶିଯାଇଥିବାରୁ, ଏହାକୁ ଦୃଷ୍ଟିରେ ରଖି ପର୍ୟ୍ୟଟକଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ଆଜି ସକାଳ ଠାରୁ ନନ୍ଦନକାନନ ଭିତରକୁ ପର୍ୟ୍ୟଯକଙ୍କ ପ୍ରବେଶ ଉନପରେ କଟକଣା ଲଗାଇଛନ୍ତି । କୌଣସି ବି ଲୋକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉନାହିଁ । ହାତୀ ଦୁଇଟିକୁ ଘଉଡ଼ାଇବା ପରେ କିମ୍ବା କାବୁ କରିବା ପରେ କଟକଣା ଉଠାଯିବ ବୋଲି ନନ୍ଦନକାନନ କର୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି।