ଏହି ଅକ୍ଷର ନାମର ଝିଅ ବଦଳାଇ ଦେବ ଭାଗ୍ୟ
ଏହି ଅକ୍ଷର ନାମର ଝିଅ ବଦଳାଇ ଦେବ ଭାଗ୍ୟ
ଭୁବନେଶ୍ୱର: ନାମର ପ୍ରଥମ ଅକ୍ଷର ଯେକୌଣସି ବ୍ୟକ୍ତିଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ହଟାଇଥାଏ । ଏହାର କାରଣ ହେଉଛି ଅଧିକାଂଶ ଲୋକଙ୍କ ନାମ ସେମାନଙ୍କର ଜନ୍ମ ରାଶି ଅନୁଯାୟୀ ରଖାଯାଇଥାଏ । ଜନ୍ମ ସମୟରେ ଅବସ୍ଥିତ ଥାନ୍ତି ତାକୁ ଉକ୍ତ ବ୍ୟକ୍ତିଙ୍କର ଜନ୍ମ ରାଶି ବୋଲି କୁହାଯାଏ । ଆସନ୍ତୁ ସେଭଳି କିଛି ଅକ୍ଷର ବିଷୟରେ କଥା ହେବା ଯେଉଁଥିରୁ ଆରମ୍ଭ ହେଉଥିବା ନାମର ଯୁବତୀ ଭାଗ୍ୟବତୀ ହୋଇଥାନ୍ତି ।
ଡି ଅକ୍ଷର- ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥିଲେ ସେମାନେ ଭାଗ୍ୟରେ ଧନୀ ବୋଲି କୁହାଯାଏ । ସେମାନଙ୍କର ହୃଦୟ ଶୁଦ୍ଧ ଥାଏ । ସେମାନେ ନିଜ ମନରେ କିଛି ରଖନ୍ତି ନାହିଁ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥାନ୍ତି । ମହା ଲକ୍ଷ୍ମୀଙ୍କ ଅନୁଗ୍ରହରେ ସେମାନେ ଜୀବନରେ ସମସ୍ତ ସୁଖସୁବିଧା ପାଇଥାନ୍ତି । ସେମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିଥାଏ ।
ଏଲ୍ ଅକ୍ଷର- ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ । ଥରେ ସେ କାମ କରିବାକୁ ଚିନ୍ତା କଲେ ଯେକୌଣସି ପରିସ୍ଥିତିରେ ଏହାକୁ ଶେଷ କରି ନିଶ୍ୱାସ ମାରିଥାନ୍ତି । ସେମାନଙ୍କର ଜୀବନ ଆନନ୍ଦ ଏବଂ ସୁବିଧାରେ ପରିପୂର୍ଣ୍ଣ ଥାଏ । ସେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥାନ୍ତି ମହାଲକ୍ଷ୍ମୀଙ୍କର ବିଶେଷ କୃପା ସର୍ବଦା ସେମାନଙ୍କ ଉପରେ ରହିଥାଏ ।
ଏମ୍ ଅକ୍ଷର- ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୁଏ ସେମାନେ ବୁଦ୍ଧିମାନ ଏବଂ ପରିଶ୍ରମୀ । ଏହି ଦୁଇଟି ଗୁଣ ଯୋଗୁ ସେମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଥାନ୍ତି । ସେ ଜୀବନରେ ବହୁତ ନାଁ କରିବା ସହ ଟଙ୍କା ରୋଜଗାର କରିଥାନ୍ତି । ସେମାନେ ଏକ ସୁଖୀ ଏବଂ ସମୃଦ୍ଧ ଜୀବନଯାପନ କରିଥାନ୍ତି । ସେମାନେ ଜୀବନରେ ବହୁତ ସମ୍ମାନ ପାଇଥାନ୍ତି ।
ପି ଅକ୍ଷର- ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଭାଗ୍ୟବାନ । ତାଙ୍କ ପ୍ରକୃତି ଦ୍ୱାରା ସେ ସମସ୍ତଙ୍କର ହୃଦୟ ଜିତି ନିଅନ୍ତି । ସେମାନେ କାହାର ଦୁଃଖ ଦେଖିପାରନ୍ତି ନାହିଁ । କେହି ଅସୁବିଧାରେ ଥିଲେ ସେମାନେ ତୁରନ୍ତ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି । ସେମାନେ କଠିନ ପରିଶ୍ରମ କରି ଜୀବନରେ ବହୁତ ଟଙ୍କା ରୋଜଗାର କରନ୍ତି । ମା ଲକ୍ଷ୍ମୀ ସେମାନଙ୍କ ଉପରେ ବିଶେଷ କୃପା ରହିଥାଏ ।




admin 