ଏମିତି ବି ମୃତ୍ୟୁ ଆସେ, ପଦ୍ମ ଫୁଲ ସଂଗ୍ରହ କରିବାକୁ ଯାଇ ୨ ମୃତ

ଏମିତି ବି ମୃତ୍ୟୁ ଆସେ, ପଦ୍ମ ଫୁଲ ସଂଗ୍ରହ କରିବାକୁ ଯାଇ ୨ ମୃତ

ଏମିତି ବି ମୃତ୍ୟୁ ଆସେ, ପଦ୍ମ ଫୁଲ ସଂଗ୍ରହ କରିବାକୁ ଯାଇ ୨ ମୃତ

ଗୋଷାଣୀ:ଜୀବିକା ନେଲା ୨ ଜଣଙ୍କ ଜୀବନ। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଏସ ଲକ୍ଷ୍ମୀପୁରରେ ଏଭଳି ଏକ ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଟି. ତ୍ରିନାଥ (୬୦) ଓ ସାରଥୀ ପ୍ରଧାନ (୪୫)।  
ପଦ୍ମଫୁଲ ସଂଗ୍ରହ ପାଇଁ ଟି. ତ୍ରିନାଥ , ସାରଥୀ ପ୍ରଧାନ ଗାଁ ନିକଟରେ ଥିବା ନାଳ ନିକଟକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଯାଏଁ ଏ ଦୁହେଁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସେହି ସମୟରେ ଜଣଙ୍କ ମୃତଦେହ ନାଳ ରେ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ପୋଲିସ କୁ ଜଣାଇବା ପରେ ଗୁରାଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଯାକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାକୁ ନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରବିନ୍ଦ୍ର ପାତ୍ର କହିଛନ୍ତି।