ଏମିତି ପ୍ରକାରରେ କଙ୍କଡା ତରକାରୀ ରନ୍ଧାନ୍ତୁ ଯେମିତି ହାତ ଚାଟିକି ଖାଇବେ
ଏମିତି ପ୍ରକାରରେ କଙ୍କଡା ତରକାରୀ ରନ୍ଧାନ୍ତୁ ଯେମିତି ହାତ ଚାଟିକି ଖାଇବେ
admin
Feb 24, 2021 - 12:44
Updated: Feb 24, 2021 - 12:44
ଆବଶ୍ୟକ ସାମଗ୍ରୀ
କଙ୍କଡ଼ା – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
ଗୋଟା ଧନିଆ – ୧ ଚାମଚ
ଗୋଟା ଜିରା – ୧ଚାମଚ
ଗୋଲମରିଚ – ୫ ରୁ ୬ଟି
ଶୁଖିଲା ଲଙ୍କା – ଆବଶ୍ୟକ ଅନୁଯାୟୀ
ଲବଙ୍ଗ – ୨ଟି
କଟା ଅଦା – ୧ ଚାମଚ
କଟା ରସୁଣ – ୧ଚାମଚ
ପେଷା ଟମାଟୋ – ୧କପ
ପାନ ମଧୁରୀ – ୧ ଚାମଚ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଦହି – ଅଳ୍ପ
ଲୁଣ – ଆବଶ୍ୟକ ପରିମାରରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଙ୍କଡ଼ାର ଅନାବଶ୍ୟକ ଅଂଶ କାଢି ଏହାକୁ ଭଲଭାବେ ଧୋଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ, ଗୋଟା ଧନିଆ, ଗୋଟା ଜିରା, ଶୁଖିଲା ଲଙ୍କା, ଗୋଲମରିଚ, ଲବଙ୍ଗ, କଟା ଅଦା ଓ ରସୁଣ ପକାଇ ୫ ମିନିଟ ଭାଜନ୍ତୁ। ଏହା ପରେ ସାମାନ୍ୟ ପାନମଧୁରୀ ପକାଇ ଏହାକୁ କାଢି ଏକ ପାତ୍ରରେ ରଖନ୍ତୁ। ଏହାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୁଣି ପିଆଜ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଏଥିରେ ପେଷା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପ୍ରସ୍ତୁର କରି ରଖିଥିବା ପେଷ୍ଟ, ଲୁଣ ପକାଇ ଭଲ ଭାବେ କଷନ୍ତୁ। ମସଲା କଷି ହେବା ପରେ କଙ୍କଡ଼ା ପକାଇ ୨ ରୁ ୩ କପ ପାଣି ଦେଇ ୧୦ ମିନିଟ ଭଲ ଭାବେ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।