ଏମିତି କରନ୍ତୁ ରସୁଣ ଛତୁ ମସଲା

ଏମିତି କରନ୍ତୁ ରସୁଣ ଛତୁ ମସଲା

ଏମିତି କରନ୍ତୁ ରସୁଣ ଛତୁ ମସଲା
ଆବଶ୍ୟକ ସାମଗ୍ରୀ ଛତୁ –୪୦୦ଗ୍ରାମ କଟା ପିଆଜ – ୨ଟି କଟା ରସୁଣ – ୩ ଚାମଚ ମଇଦା – ୨ ଚାମଚ ଚିଜ – ୨ ଚାମଚ ଜାଇଫଳ ଗୁଣ୍ଡ – ୧ ଚାମଚରୁ କମ ରସୁଣ ଗୁଣ୍ଡ – ୧ ଚାମଚ କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାଇ ମଇଦା ଭାଜନ୍ତୁ। ଏଥିରେ କ୍ଷୀର ପକାଇ ଧିରେ ଧିରେ ଗୋଳାଇ ଆଣ ଭଳି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାରେ ଏଥିରେ ଚିଜ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଜାଇଫଳ ଗୁଣ୍ଡ ଓ ଲୁଣ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କଟା ପିଆଜ ଓ ରସୁଣ ପକାଇ ଭାଜି ଦିଅନ୍ତୁ। ଭାଜିବା ପରେ ଛତୁ ପକାଇ ପୁଣି ଭାଜି ଏଥିରେ ରସୁଣ ଗୁଣ୍ଡ ଓ ଲୁଣ ପକାଇ ପୂର୍ବରୁ ପ୍ରସ୍ତୁତ କରୁଥିବା ମିଶ୍ରଣ ଏଥିରେ ପକାଇ ଗୋଳାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରସୁଣ ଛତୁ ମସଲା ।