ଏପ୍ରିଲ୍ରୁ ଜୟପୁରରୁ ଉଡ଼ିବ ବିମାନ
ଏପ୍ରିଲ୍ରୁ ଜୟପୁରରୁ ଉଡ଼ିବ ବିମାନ
ଜୟପୁର: ଜୟପୁରବାସୀଙ୍କ ପାଇଁ ଖୁସିର ଖବର । ଅତିଶୀଘ୍ର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ଭିତ୍ତିଭୂମି ଯାଞ୍ଚ କରି ଫେରିଛନ୍ତି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ବିଶେଷଜ୍ଞ । ପ୍ରାଥମିକ ପର୍ୟ୍ୟାୟରେ ୯ସିଟ ବିଶିଷ୍ଟ ବ୍ୟାବସାୟିକ ବିମାନ ଉଡାଣ ପାଇଁ ଜୟପୁର ଏୟାର ଷ୍ଟ୍ରିପରେ ପ୍ରସ୍ତୁତି ସରିଛି । କୋଡ୍ ବି ଏୟାରକ୍ରାଫ୍ଟ ଚଳାଚଳ ଲାଗି ସମସ୍ୟା ନାହିଁ । ବର୍ତ୍ତମାନର ଭିତ୍ତିଭୂମି ଅନୁଯାୟୀ ଏଠାରୁ ସି – ୨୦୬ ଇଏକ୍ସ , ଏମ୍ -୨୮ ଏବଂ ବି – ୧୯୦୦ -ଡି ବିଶିଷ୍ଟ ବିମାନ ଉଡିପାରିବ । ୯ ସିଟ୍ କ୍ଷମତା ସମ୍ପନ୍ନ ବିମାନ ଚଳାଚଳ ଲାଗି ଇଣ୍ଡିଆ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରାଯାଇଛି । ବିମାନ ଚଳାଚଳ ପାଇଁ ଅନଲାଇନ୍ରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଊଏଉଇ ଓ ଵ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ଟିମର ଯାଞ୍ଚ ଓ ଅନୁମତି ପରେ ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ବିମାନ ଚଳାଚଳ ଆରମ୍ଭ ହେବା ନେଇ ସୂଚନା ମିଲିଛି ।
ରନଓ୍ୱେ ମାର୍କ , ସିସିଟିଭି କ୍ୟାମେରା , ଅଗ୍ନି ନିରାପତ୍ତା ବ୍ୟବସ୍ଥା , ଅବସ୍ଥାପିତ ହୋଇଥିବା ଯନ୍ତ୍ରପାତି ଯାଞ୍ଚ , ମେଟାଲ ଡିଟେକ୍ଟର , ପାସେଞ୍ଜର ଇନଫର୍ମେସନ ଡିସ୍ ସିଷ୍ଟମ୍, ଏଟିସି ଟାଓ୍ୱାର, ଆପ୍ରୋଚ ରୋଡ, ସୁରକ୍ଷା ସହ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା ବେଳେ କେତେକ ତ୍ରୁଟି ସଂଶୋଧନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।




admin 