ଏନଡିଏ ବିଧାୟକଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି ଲାଲୁ: ସୁଶୀଲ ମୋଦି

ଏନଡିଏ ବିଧାୟକଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି ଲାଲୁ: ସୁଶୀଲ ମୋଦି

ଏନଡିଏ ବିଧାୟକଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି ଲାଲୁ: ସୁଶୀଲ ମୋଦି
ରାଞ୍ଚି: ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଜେଲ ଦଣ୍ଡ ଭୋଗୁଥିବା ଲାଲୁ ରାଞ୍ଚିରୁ ଫୋନ କରି ଏନଡିଏ ବିଧାୟକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସୁଶୀଲ ମେକାଦି କହିଛନ୍ତି । ମୋଦି ସକାଳେ ଏକ ଟ୍ୱିଟ କରି କହିଛନ୍ତି ଲାଲୁ ଏନଡିଏ ବିଧାୟକମାନଙ୍କୁ ଏକ ଫୋନ ନମ୍ବରରୁ କଲ କରୁଛନ୍ତି ଏବଂ ସେମାନଙ୍କୁ ମନ୍ତ୍ରୀ ପଦର ପ୍ରତିଶ୍ରୁତି ଦେଇ ଲୋଭ ଦେଖାଉଛନ୍ତି । ସୁଶୀଲ ମୋଦି ଉକ୍ତ ନମ୍ବରକୁ ଫୋନ କରିଥିବା ବେଳେ ଲାଲୁ ସିଧାସଳଖ ଫୋନ ଉଠାଇଥିଲେ ବୋଲି କହିଛନ୍ତି । ସେ ଟ୍ୱିଟ କରି ଏକ ଫୋନ ନମ୍ବର ମଧ୍ୟ ଦେଇଛନ୍ତି । ଏହି ନମ୍ବରଟି ଲାଲୁଙ୍କ ବ୍ୟକ୍ତିଗତ ସହାୟକ ଇରଫାନ ଅନସାରିଙ୍କର । ତେବେ ସୁଶୀଲଙ୍କର ଟ୍ୱିଟ ପରେ ଉକ୍ତ ନମ୍ବରକୁ ଫୋନ କରିବାକୁ ଚେଷ୍ଟା କରିବା ସମୟରେ ନମ୍ବରଟି ସୁଇଚ ଅଫ ଆସିଥିଲା । ଇରଫାନକୁ ଲାଲୁ ରହୁଥିବା ରିମସ (ରାଜେନ୍ଦ୍ର ଇନଷ୍ଟିଚୁ୍ୟଟ ଅଫ ମେଡିକାଲ ସାଇନ୍ସେସ) ହସ୍ପିଟାଲରେ ରହିବା ଏବଂ ଯିବା ଆସିବାର କରିବାର ଅନୁମତି ଅଛି । ତେଣୁ ସୁଶୀଲ ମୋଦିଙ୍କର ଏହି ଟ୍ୱିଟ ପରେ ବିଜେପି ର ଝାଡଖଣ୍ଡ ଅଧ୍ୟକ୍ଷ ଦୀପକ ପ୍ରକାଶ ଏକ ଟ୍ୱିଟ କରି କହିଛନ୍ତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କାହିଁକି ଉକ୍ତ ମାମଲାରେ ତାଙ୍କ ଆଖି ବନ୍ଦ ରଖିଛନ୍ତି ।