ଏଣିକି ଭୁବନେଶ୍ୱରରେ ଆଉ ହେବନି କଣ୍ଟେନମେଣ୍ଟ ଜୋନ
ଏଣିକି ଭୁବନେଶ୍ୱରରେ ଆଉ ହେବନି କଣ୍ଟେନମେଣ୍ଟ ଜୋନ
admin
Jun 3, 2020 - 07:49
Updated: Jun 3, 2020 - 07:49
ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବବିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ପଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।
ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ କଣ୍ଟେନମେଣ୍ଟ ଜୋନ ହେବ ନାହିଁ । ସିଲ କିମ୍ବା କଣ୍ଟେନମେଣ୍ଟ ଜୋନ କରାଯିବ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆବଶ୍ୟକ ହେଲେ ରାଜ୍ୟ ସରକାରଙ୍କ ଅନୁମତି ଅନୁସାରେ କଣ୍ଟେନମେଣ୍ଟ ଜୋନ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଯେ, ମଇ ୨ରୁ ଆଜିଯାଏ ବାହାର ରାଜ୍ୟରୁ ୨୧୬୮ଜଣ ଭୁବନେଶ୍ୱର ଆସିଛନ୍ତି । ତନ୍ମଧ୍ୟରୁ ଟ୍ରେନରେ ୫୦୧, ବିମାନରେ ୮୫୨ ଓ ଅନ୍ୟ ଯାନରେ ୮୧୫ ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୮୫୯ ଜଣଙ୍କ କ୍ୱାରେଣ୍ଟାଇନ ଅବଧି ସରିଗଲାଣି । ଅନ୍ୟ ୧୩୦୯ ଜଣଙ୍କ ମଧ୍ୟରୁ ୧୨୯୭ ଜଣ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ତେଣୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ କଣ୍ଟେନମେଣ୍ଟ ଜୋନ ହେବ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।